Advertisment

ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍‌ଏମ୍‌ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ

ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
ANM

ANM

ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ସାନଗୁରଜିଭଟା ଗାଁରେ ଶିଶୁ ବିକ୍ରି ଘଟଣାରେ ଗତକାଲି ନିଲମ୍ବିତ ହୋଇଥିବା ଏଏନ୍‌ଏମ୍‌ ମମତା ଭୋଇଙ୍କୁ ଆଜି ଗିରଫ କରାଯାଇଛି। ତାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଛୁଆଟିକୁ କିଣିଥିବା ଆଭା ମିତ୍ତଲ ଓ ଏଥିରେ ମଧ୍ୟସ୍ଥି ସାଜିଥିବା ଆଲୋକ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଛତିଶଗଡ଼ର ରାୟପୁରରୁ ଗିରଫ କରିଛି ବଲାଙ୍ଗିର ପୁଲିସ। 

Advertisment

ଏଏନ୍‌ଏମ୍ ମମତା ଭୋଇ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁନାମୁଦିସ୍ଥିତ ସ‍‍‍ବ୍‌-ସେଣ୍ଟରରେ ନିଯୁକ୍ତ ହୋଇଥିଲେ। ଏହି ଘଟଣା ପାଇଁ ଗତକାଲି ତାଙ୍କୁ ନିଲମ୍ବନ କରିଥିଲେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।

ଗତ ୨ତାରିଖରେ ସାନଗୁରଜିଭଟାର ଏକ ନବଜାତ ଶିଶୁକନ୍ୟାକୁ ତାଙ୍କ ମା’ଙ୍କ ଠାରୁ ଆଣି ଏକ ଅଣଓଡ଼ିଆ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ ଏଏନଏମ ମମତା ଭୋଇ। ଏହା ପରେ ଶିଶୁକନ୍ୟାକୁ ବିକ୍ରି କରାଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗତ ୧୯ ତାରିଖରେ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ତପ୍ତର ହୋଇଥିଲା ପ୍ରଶାସନ। ଆଉ ଗତକାଲି ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି।

Advertisment

ଆଜି ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ସାନଗୁରଜିଭଟା ଗାଁକୁ ଯାଇ ବିକ୍ରି ହୋଇଥିବା ଶିଶୁର ମା’ଙ୍କୁ ଭେଟିଥିଲେ। ସେ କେଉଁ ସରକାରୀ ଯୋଜନାର ସୁବିଧା ପାଉଛନ୍ତି, ସେ ସବୁ ବିଷୟରେ ପଚାରି ବୁଝିଥିଲେ। 

ରିପୋର୍ଟ- ବଲାଙ୍ଗିର ଓ ପାଟଣାଗଡ଼ରୁ ଘଟେଶ୍ୱର ମିଶ୍ର ଓ କରୁଣାକର ବୁଡେକ