Advertisment

ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଲେ କର୍ମଚାରୀ!

ପାଣି ଆଣିଥିବା ଅଫିସ କର୍ମଚାରୀ ଶିବ ନାରାୟଣ ନାୟକ ଏହି କାର୍ଯ୍ୟ କରିଥିବା ଯନ୍ତ୍ରୀ ଶ୍ରୀ ଗୌଡ଼ ସନ୍ଦେହ କରୁଛନ୍ତି ଓ ତାଙ୍କ ନାଁରେ ଏତଲା ଦେଇଛନ୍ତି।

Urine

Urine

Advertisment

ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇ ଦେଲେ କର୍ମଚାରୀ। ଏମିତି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଆର୍. ଉଦୟଗିରିରୁ।

Advertisment

ଜୁଲାଇ ୨୨ ତାରିଖରେ ସଚିନ କୁମାର ଗୌଡ଼ ଆର.ଉଦୟଗିରି ଆରଡବ୍ଲୁଏସଏସରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ୨୩ ତାରିଖର ରାତି ପ୍ରାୟ ୧୦ଟା ବେଳେ ଖାଇବା ପରେ ସେ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ଶିବ ନାରାୟଣ ନାୟକଙ୍କୁ ପିଇବା ପାଇଁ ପାଣି ମାଗିଥିଲେ। ପିଅନ ତାଙ୍କୁ ଏକ ଷ୍ଟିଲ ବୋତଲରେ ପାଣି ଦେଇଥିଲେ। ସେ ଏସ୍‌ଡିଓଙ୍କ ସରକାରୀ ବାସଭବନରୁ ଉକ୍ତ ପାଣି ଆଣିଥିଲେ ବୋଲି ଏଫଆଇଆରରେ ଉଲ୍ଲେଖ କରାଯାଇଛି।

ଯନ୍ତ୍ରୀ ସଚିନ ଗୌଡ଼ଙ୍କ ଅଭିଯୋଗ ଅନୁଯାୟୀ, ଶିବ ନାରାୟଣ ନାୟକ ଦେଇଥିବା ପାଣିକୁ ସେ ଓ ଅନ୍ୟ ଦୁଇ ଜଣ କର୍ମଚାରୀ ପିଇଥିଲେ। ତେବେ ସେହି ପାଣି ପିଇବା ପରେ ସେମାନେ ବିଚିତ୍ର ଗନ୍ଧ ବାରିଥିଲେ। ତା’ର ସ୍ୱାଦ ବି ଅଲଗା ଥିଲା। ତେଣୁ ପାଣିର ମାନ ଉପରେ ସେମାନଙ୍କର ସନ୍ଦେହ ହୋଇଥିଲା। ସେମାନେ ଷ୍ଟିଲ ବୋତଲେ ଥିବା ପାଣିକୁ ଏକ ପ୍ଲାଷ୍ଟିକ ବୋତଲରେ ଢାଳିବା ପରେ ସେଥିରେ କିଛି ମିଶାଯାଇଥିବା ଭଳି ଜଣାପଡ଼ିଥିଲା।

Advertisment

ସନ୍ଦେହ ଦୂର କରିବା ପାଇଁ ସେ ସେହି ପାଣିକୁ ପରୀକ୍ଷା ପାଇଁ ଆର.ଉଦୟଗିରିରେ ଥିବା ଉପଖଣ୍ଡ ସ୍ତରୀୟ ପରୀକ୍ଷାଗାରରେ ଦେଇଥିଲେ। ପରୀକ୍ଷା ପରେ ପାଣି ଅପମିଶ୍ରିତ ବୋଲି ଜଣାପଡ଼ିଲା। ସେଥିରେ ଲିଟର ପିଛା ୨ ମିଲିଗ୍ରାମରୁ ଅଧିକ ଆମୋନିଆ ଥିବା ଜଣାପଡ଼ିଥିଲା। ଡିଭିଜିଓନାଲ ଲାବୋରୋଟରୀରେ ପୁଣି ପରୀକ୍ଷା କରିବା ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ସେହି ପାଣିରେ ପରିସ୍ରା ମିଶିଥିଲା।

କନିଷ୍ଠ ଯନ୍ତ୍ରୀ ସଚିନ କୁମାର ଗୌଡ଼ ଅଭିଯୋଗ କରିଛନ୍ତି ଯେ ଉକ୍ତ ପରିସ୍ରା ମିଶା ପାଣି ପିଇବା ପରେ ତାଙ୍କ ଗଳା ସଂକ୍ରମିତ ହୋଇଥିଲା ଓ ତାଙ୍କୁ ଚିକିତ୍ସିତ ହେବାକୁ ପଡ଼ିଥିଲା। ତାଙ୍କୁ କ୍ଷତି ପହଞ୍ଚାଇବାକୁ ଉଦ୍ଦେଶ୍ୟମୂଳକ ଭାବେ ପରିସ୍ରା ମିଶା ପାଣି ପିଇବାକୁ ଦିଆଯାଇଥିଲା।

ସେ ଏହି ଘଟଣା ସଂପର୍କରେ ତାଙ୍କ ବିଭାଗର ବରିଷ୍ଠ ଅଧିକାରୀମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏମିତିକି ଇଆଇସି, ପାନୀୟ ଜଳ ନିର୍ଦ୍ଦେଶକ ଓ ପ୍ରମୁଖ ସଚିବଙ୍କୁ ସେ ଅବଗତ କରାଇଥିଲେ। କିନ୍ତୁ ଘଟଣାର ତଦନ୍ତ କରିବାକୁ ବା ଦୋଷୀକୁ ଧରିବାକୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ସେ ଏଫଆଇଆରରେ ଉଲ୍ଲେଖ କରିଛନ୍ତି।

ପାଣି ଆଣିଥିବା ଅଫିସ କର୍ମଚାରୀ ଶିବ ନାରାୟଣ ନାୟକ ଏହି କାର୍ଯ୍ୟ କରିଥିବା ଯନ୍ତ୍ରୀ ଶ୍ରୀ ଗୌଡ଼ ସନ୍ଦେହ କରୁଛନ୍ତି ଓ ତାଙ୍କ ନାଁରେ ଏତଲା ଦେଇଛନ୍ତି। ଏଭଳି ଏକ କାର୍ଯ୍ୟ କେବଳ ତାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ଆଣି ଦେଇନି ଏହା ମୌଳିକ ମାନବିକ ଅଧିକାରର ଉଲ୍ଲଂଘନ କରିବା ସହିତ କାର୍ଯ୍ୟସ୍ଥଳୀର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ କହିବା ସହ ପୁଲିସ ତଦନ୍ତ କରି ଦୋଷୀକୁ ଧରିବାକୁ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଶିବ ନାରାୟଣ ନାୟକ କହିଛନ୍ତି, ମୁଁ ଆକ୍ୱାଗାର୍ଡରୁ ପାଣି ଆଣିଥିଲି। ପାଣି ଆଣି ମୋ ରୁମ୍‌ରେ ରଖିଥିଲି। ପାଣି ରଖି ଖାଦ୍ୟ ଆଣିବାକୁ ଯାଇଥିଲି। ତା’ପରେ ପାଣି ନେଇ ସାରଙ୍କ ପାଖରେ ରଖି ଦେଇଥିଲି। ସେ କହୁଛନ୍ତି ତାହା ପରିସ୍ରା ଥିଲା। କିନ୍ତୁ ମୁଁ ପାଣି ଆଣିଥିଲି। ପରୀକ୍ଷାଗାରରେ ପରୀକ୍ଷା ପରେ ସେଥିରେ ପରିସ୍ରା ମିଶିଥିବା କୁହାଯାଉଛି। ମୁଁ ମାନୁଛି ସେଥିର ପରିସ୍ରା ମିଶିଥାଇପାରେ। କିନ୍ତୁ ମୁଁ ପରିସ୍ରା କରିଛି ବୋଲି କିଛି ପ୍ରମାଣ ଅଛି କି?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe