Advertisment

ଭଲ ନ ହେବା ଆଶଙ୍କାରେ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ!

ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇପଡ଼ିଥିବା ବ୍ୟକ୍ତିଙ୍କ ନାଁ କୃଷ୍ଣଚନ୍ଦ୍ର ଭୋଇ। ତାଙ୍କୁ ୬୦ ବର୍ଷ ହୋଇଛି।

author-image
Jitendra Garnayak
Patient in Ambulance

Patient in Ambulance

ତିନି ବର୍ଷ ହେଲା ରୋଗରେ ପଡ଼ି ଏକ ପ୍ରକାର ଶଯ୍ୟାଶାୟୀ ହୋଇପଡ଼ିଥିବା ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଡଇଁଚାରେ ଘଟିଛି ଏହି ଘଟଣା।

Advertisment

ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇପଡ଼ିଥିବା ବ୍ୟକ୍ତିଙ୍କ ନାଁ କୃଷ୍ଣଚନ୍ଦ୍ର ଭୋଇ। ତାଙ୍କୁ ୬୦ ବର୍ଷ ହୋଇଛି। ତାଙ୍କ ପତ୍ନୀ ଉର୍ମିଳା ଭୋଇଙ୍କ ସୂଚନା ଅନୁଯାୟୀ, ଗତ ତିନି ବର୍ଷ ହେବ ସେ ରୋଗରେ ପଡ଼ିଛନ୍ତି। ତାଙ୍କ ଗୋଡ଼ ଓ ହାତ ସହିତ ବେକରେ ସମସ୍ୟା ରହିଛି। ଗୋଡ଼ରେ ସମସ୍ୟା ଯୋଗୁ ସେ ଚଲାବୁଲା କରି ନପାରି ସର୍ବଦା ଶୋଇ ରହୁଥିବା ବେଳେ ତଣ୍ଟିରେ ସମସ୍ୟା ଯୋଗୁ ଖାଇବା ସମୟରେ ଭାରି କଷ୍ଟ ହେଉଛି। ସେ ପ୍ରଥମେ ରେଢ଼ାଖୋଲ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ କୌଣସି ସୁଧାର ଆସିନାହିଁ। ତେଣୁ ଆଉ ଭଲ ହୋଇପାରିବେ ନାହିଁ ବୋଲି ଭାବି ୩ ବର୍ଷ ହେଲା କଷ୍ଟ ପାଉଥିବା କୃଷ୍ଣଚନ୍ଦ୍ର ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କୁହାଯାଉଛି।

ପତ୍ନୀ ଉର୍ମିଳା ଓ ଛୁଆମାନେ ଘରେ ନଥିବା ବେଳେ କୃଷ୍ଣଚନ୍ଦ୍ର ତାଙ୍କ ବେକକୁ ଏକ ବ୍ଲେଡ୍‌ରେ କାଟି ଦେଇଥିଲେ। ଏହା ପରେ ଯନ୍ତ୍ରଣାରେ ଛଟପଟ ହୋଇ ତଳେ ପଡ଼ି ଯାଇଥିଲେ। ଉର୍ମିଳା ଘରେ ପହଞ୍ଚି କୃଷ୍ଣଚନ୍ଦ୍ରଙ୍କୁ ଖଟେ ତଳେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହ ପରେ କୃଷ୍ଣଚନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ରେଢ଼ାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। କ୍ଷତ ଗଭୀର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Advertisment
Suicide