Advertisment

ବେଙ୍ଗାଲୁରୁରେ ଓଡ଼ିଆ ନାବାଳିକାଙ୍କୁ ହତ୍ୟା

ଝିଅ ଖୁସିକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି

author-image
Biswajit Samal
ଅଦ୍ୟତନ ହୋଇଛି
Jagatsinghpur

Jagatsinghpur

ବେଙ୍ଗାଲୁରୁରେ ଓଡ଼ିଆ ନାବାଳିକାକୁ ହତ୍ୟା ଅଭିଯୋଗ। ଜଗତସିଂହପୁର ବଡ଼ବାଗ ଅଞ୍ଚଳର ସସ୍ମିତା ବେହେରାଙ୍କ ଝିଅ ଖୁସିକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁସାରେ ଜଗତସିଂହପୁର ସଦର ଥାନା ବଡ଼ବାଗ ଗ୍ରାମର ବାବୁଲି ବେହେରାଙ୍କ ଝିଅ ସସ୍ମିତା ବେହେରା ୧୪ବର୍ଷ ପୂର୍ବେ ନୟାଗଡ଼ ଦଶପଲ୍ଲା ଅଞ୍ଚଳରେ ବିବାହ କରିଥିଲେ। ତେବେ ଦୁଇ ବର୍ଷ ପୂର୍ବେ ଦୁର୍ଘଟଣାରେ ତାଙ୍କ ସ୍ୱାମୀର ମୃତ୍ୟୁ ହୋଇଥିଲା। ପରେ ସସ୍ମିତା ଝିଅ ଖୁସି ଓ ଛୋଟ ପୁଅକୁ ନେଇ ଆସି ବଡ଼ବାଗ ସ୍ଥିତ ବାପାଘରେ ରହୁଥିଲେ।

ସେଠାରେ ସସ୍ମିତା ଭଦ୍ରକର ଏକ ଯୁବକକୁ ଭଲପାଇଲେ। ପରିବାରର ସହମତରେ ସସ୍ମିତା ଦ୍ୱତୀୟ ବିବାହ କରିଥିଲେ। ବିବାହ ପରେ ସସ୍ମିତା ନିଜ ପରିବାର ସହ ବେଙ୍ଗାଲୁରୁକୁ ପଳେଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ସ୍ୱାମୀ ଓ ସ୍ତ୍ରୀ କାମ କରୁଥିଲେ। ତେବେ ଶନିବାର (ଗତକାଲି) ସକାଳେ ଝିଅ ଖୁସିର ମୃତଦେହ ଭଡ଼ାଘର ନିକଟରୁ ମିଳିଥିଲା। ତେବେ କିଏ ଏବଂ କ’ଣ ପାଇଁ ସସ୍ମିତାଙ୍କ ଝିଅକୁ ହତ୍ୟା କଲା ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ଛାନଭିନ୍ ଚଳାଇଛି।

Advertisment
Murder