Advertisment

ସିଦ୍ଧାର୍ଥ ସ୍ପଞ୍ଜ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଗିରଫ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମାମଲାର ତଦନ୍ତ ଜାରି ରହିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Anand Agrawal

Anand Agrawal

ସିଦ୍ଧାର୍ଥ ସ୍ପଞ୍ଜ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଆନନ୍ଦ ଅଗ୍ରୱାଲଙ୍କୁ ଗିରଫ କରିଛି ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ପ୍ରାପ୍ତ ଅନୁମତିଠାରୁ ଅଧିକ ଆଇରନ ଓର ଉତ୍ତୋଳନ ଅଭିଯୋଗରେ ତାଙ୍କୁ ଇଡି ଗିରଫ କରିଛି।

Advertisment

ଇଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ଅନୁଯାୟୀ, ଆନନ୍ଦ ଅଗ୍ରୱାଲଙ୍କୁ ମେ’ ୧୮ ତାରିଖରେ ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ମେ’ ୨୨ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଥିଲେ।

ଇଡିର ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର କାଶିବେଡ଼ାରେ ଥିବା ମାଇନ୍ସରୁ ବେଆଇନ ଭାବେ ଅଧିକ ଖନନ କରିଛନ୍ତି ସିଦ୍ଧାର୍ଥ ସ୍ପଞ୍ଜ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଆନନ୍ଦ ଅଗ୍ରୱାଲ ଓ ଅନ୍ୟମାନେ। ୨୦୨୩ରେ ଇଡି ପକ୍ଷରୁ ସେମାନଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା। ସେମାନଙ୍କ ଯୋଗୁ ରାଜକୋଷକୁ ୨୧ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ବେଳେ ସେମାନେ ମଧ୍ୟ ବେଆଇନ ଭାବେ ୩୫ କୋଟି ଟଙ୍କାର ଆଇରନ ଓର ଉତ୍ତୋଳନ କରିଛନ୍ତି। 

Advertisment

ଅଧିକ ଖଣି ଖନନ ମାମଲାରେ ଇଡିର ତନାଘନା ଜାରି ରହିଛି। ପ୍ରାପ୍ତ ଅନୁମତିଠାରୁ ଅଧିକ ଖଣି ଖନନ ନେଇ ପ୍ରଥମେ ଭିଜିଲାନ୍ସ ପକ୍ଷରୁ ସିଦ୍ଧାର୍ଥ ସ୍ପଞ୍ଜ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡ ବିରୋଧରେ ମାମଲା ରୁଜୁ କରାଯିବା ସହ ଘଟଣାର ତନାଘନା କରାଯାଇଥିଲା।

ED Raid