Advertisment

ଆନନ୍ଦ ଆତ୍ମା ଆଶ୍ରମରେ ଯୁବକଙ୍କୁ ହତ୍ୟା ମାମଲାରେ ୟୁ-ଟର୍ଣ୍ଣ: ଏସପି କହିଲେ ଆତ୍ମାବାବାଙ୍କ ସଂପୃକ୍ତି ନାହିଁ

କଟକ: ସାଲେପୁର ଆନନ୍ଦ ଆତ୍ମା ଆଶ୍ରମରେ ଯୁବକଙ୍କୁ ହତ୍ୟା ମାମଲା ୟୁ-ଟର୍ଣ୍ଣ ନେଇଛି। ହତ୍ୟାକାଣ୍ଡରେ ବାବା ଆନନ୍ଦ ଆତ୍ମା ଓରଫ ଆଲୋକ ବିଷୋୟୀଙ୍କର ସଂପୃକ୍ତି ନ ଥିବା କଟକ ଗ୍ରାମାଞ୍ଚଳ ଏସପି ଗୁରୁଦାସ୍ କୁଣ୍ଡୁ କହିଛନ୍ତି। ଗତକାଲି ଏକ ସାମ୍ୱାଦିକ ସମ୍ମିଳନୀରେ ଏସପି କହିଛନ୍ତି ଯେ, ମୃତକଙ୍କ ପରିବାରର ଅଭିଯୋଗ ଆଧାରରେ ଆନନ୍ଦ ଆତ୍ମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ଦୁଇ ଦିନିଆ ରିମାଣ୍ଡ ସମୟରେ ସେ ହତ୍ୟାକାଣ୍ଡରେ ସଂପୃକ୍ତ ନ ଥିବା ଜଣାପଡିଛି। […]

ଆନନ୍ଦ ଆତ୍ମା ଆଶ୍ରମରେ ଯୁବକଙ୍କୁ ହତ୍ୟା ମାମଲାରେ ୟୁ-ଟର୍ଣ୍ଣ: ଏସପି କହିଲେ ଆତ୍ମାବାବାଙ୍କ ସଂପୃକ୍ତି ନାହିଁ

salepur

Advertisment

କଟକ: ସାଲେପୁର ଆନନ୍ଦ ଆତ୍ମା ଆଶ୍ରମରେ ଯୁବକଙ୍କୁ ହତ୍ୟା ମାମଲା ୟୁ-ଟର୍ଣ୍ଣ ନେଇଛି। ହତ୍ୟାକାଣ୍ଡରେ ବାବା ଆନନ୍ଦ ଆତ୍ମା ଓରଫ ଆଲୋକ ବିଷୋୟୀଙ୍କର ସଂପୃକ୍ତି ନ ଥିବା କଟକ ଗ୍ରାମାଞ୍ଚଳ ଏସପି ଗୁରୁଦାସ୍ କୁଣ୍ଡୁ କହିଛନ୍ତି। ଗତକାଲି ଏକ ସାମ୍ୱାଦିକ ସମ୍ମିଳନୀରେ ଏସପି କହିଛନ୍ତି ଯେ, ମୃତକଙ୍କ ପରିବାରର ଅଭିଯୋଗ ଆଧାରରେ ଆନନ୍ଦ ଆତ୍ମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ଦୁଇ ଦିନିଆ ରିମାଣ୍ଡ ସମୟରେ ସେ ହତ୍ୟାକାଣ୍ଡରେ ସଂପୃକ୍ତ ନ ଥିବା ଜଣାପଡିଛି। ଏସପିଙ୍କ ସୂଚନା ଅନୁସାରେ ଘଟଣା ଦିନ ମୃତ ଯୁବକ ଅଶୋକ ପାତ୍ର ସହ ତାଙ୍କ ୪ ସହଯୋଗୀ ମଦନ ସାହୁ, ପବନୀ ସାହୁ, ରବି ପାତ୍ର ଏବଂ ଚନ୍ଦ୍ରମଣୀ ସାହୁ ବାବାଙ୍କୁ ୧୦ ହଜାର ଟଙ୍କା ମାଗିବା ଲାଗି ଆଶ୍ରମକୁ ଆସିଥିଲେ। ଏହି ସମୟରେ ଉଭୟ ବାବା ଓ ଏହି ଚାରିଜଣଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏତିକିବେଳେ ଚନ୍ଦ୍ରମଣୀ ସାହୁ ବାବାଙ୍କୁ ଏକ କଟୁରୀରେ ଆକ୍ରମଣ ଉଦ୍ୟମ କରିଥିଲେ। କିନ୍ତୁ ବାବା ଖସିଯିବାରୁ କଟୁରୀ ଚୋଟ ଅଶୋକ ପାତ୍ରଙ୍କ ବେକରେ ବାଜିଥିଲା ଏବଂ ସେ ସେଇଠି ଟଳିପଡିଥିଲେ।

Advertisment

ତେବେ ସେ ମରିଯାଇଛନ୍ତି ଭାବି ତଥ୍ୟ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଘଟଣାସ୍ଥଳରେ ହିଁ ତାଙ୍କୁ ପୋଡି ଦିଆଯାଇଥିଲା ବୋଲି ଏସପି କହିଛନ୍ତି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରମଣୀ ସହ ମଦନ ଓ ପବନୀକୁ ଗିରଫ କରାଯାଇଛି। ହେଲେ ଅନ୍ୟତମ ଅଭିଯୁକ୍ତ ରବି ଏଯାଏଁ ଫେରାର୍ ଅଛି। ଏହି ହତ୍ୟା ମାମଲାରେ ବାବାଙ୍କ ସଂପୃକ୍ତି ନ ଥିଲେ ବି ତାଙ୍କ ନାଁରେ ଥିବା ଅନ୍ୟ ଅଭିଯୋଗ ପାଇଁ ତାଙ୍କୁ ଜେଲ୍ ପଠାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe