Advertisment

ଶେୟାର ବଜାରରେ ବିପୁଳ କ୍ଷତି ପରେ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରି ଶବ ସହ ରହିଲେ ୩ ଦିନ, ହାରିଲେ ଜୀବନ

ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ମାମଲା। ସ୍ତ୍ରୀ-ଝିଅଙ୍କୁ ହତ୍ୟା କରି ୩ ଦିନ ମୃତଦେହ ସହ ରହିବା ପରେ ଆତ୍ମହତ୍ୟା କରିଛନ୍ତି ସଫ୍ଟୱେୟାର ଇଂଜିନିଅର ବୀରଅର୍ଜୁନ।

ଅଦ୍ୟତନ ହୋଇଛି
Died Couple's Marriage Pic

Died Couple's Marriage Pic

Advertisment

ବେଙ୍ଗାଲୁରର ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଦୁଇ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ଏକ ସଫ୍ଟୱେୟାର କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି। କେବଳ ଯେ ସେ ନିଜ ଲୋକଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଛନ୍ତି ତାହା ନୁହେଁ, ମୃତଦେହ ସହ ୩ ଦିନ ରହିବା ପରେ ଆତ୍ମହତ୍ୟା କରିଥିବା ପୁଲିସ କହିଛି।

Advertisment

ଗୁରୁବାର ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ରହସ୍ୟ ଉନ୍ମୋଚନ କରିଛି। ସୂଚନା ଅନୁସାରେ, କୁଣ୍ଡଲହାଲ୍ଲିରେ ଏକ ସଫ୍ଟୱେୟାର୍ କମ୍ପାନୀରେ ଟିମ୍ ମୁଖ୍ୟ ଭାବେ କାମ କରୁଥିଲେ ଆନ୍ଧ୍ରପ୍ରଦେଶର ୩୧ ବର୍ଷ ବୟସ୍କ ବୀରଅର୍ଜୁନ ବିଜୟ। ସେ କିଛି ବର୍ଷ ପୂର୍ବେ ଶେଆର୍ ବଜାରରେ ପ୍ରବେଶ କରିଥିଲେ, ଯେଉଁଥିରେ କି ସେ ଖୁବ୍ କ୍ଷତି ସହିଥିଲେ। ବ୍ୟାଙ୍କରୁ କିଛି ଟଙ୍କା ଋଣ ଆକାରରେ ଆଣି ଶେଆର୍ ବଜାରରେ ନିବେଶ କରିଥିଲେ। କ୍ଷତି ସହିବାରୁ ସେ ସବୁବେଳେ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ। ଏହି କାରଣରୁ ପରିବାରରେ ସର୍ବଦା ଅଶାନ୍ତି ଲାଗି ରହୁଥିଲା। ପତ୍ନୀ ତାଙ୍କୁ ଶେୟାର ବଜାରରେ ଆଉ ପୁଞ୍ଜି ନଖଟେଇବାକୁ ବାରମ୍ବାର କହୁଥିଲେ।

ଆର୍ଥିକ ଏବଂ ପାରିବାରିକ କଳହ କାରଣରୁ ବୀରଅର୍ଜୁନ ୩୧ ଜୁଲାଇରେ ପ୍ରଥମେ ପତ୍ନୀଙ୍କ ଗଳା କାଟି ହତ୍ୟା କରିଥିଲେ। ଏହାପରେ ଯଥାକ୍ରମେ ଦେଢ଼ ବର୍ଷ ଓ ଆଠ ମାସର ଦୁଇ ଝିଅଙ୍କୁ ହତ୍ୟା କରିଥିଲେ। ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ମୃତଦେହ ସହ ୩ ଦିନ ରହିଥିଲେ ବୀରଅର୍ଜୁନ। ଏହାପରେ ଶେଷରେ ନିଜେ ଫ୍ୟାନରେ ଝୁଲି ପଡ଼ିଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ପଡ଼ୋଶୀଙ୍କ ସନ୍ଦେହ ଉପୁଜିଥିଲା। ଏନେଇ ପୁଲିସକୁ ଖବର ଦେବାରୁ ମୃତଦେହ ଜବତ କରି ତଦନ୍ତ କରୁଥିଲା ପୁଲିସ। ବୀରଅର୍ଜୁନ ଏହି କାରଣରୁ ଏପରି ଚରମ ନିଷ୍ପତ୍ତି ନେଇଥିବା ମୋବାଇଲ୍ ଓ ଲାପଟପ୍ ତଥ୍ୟ ଆଧାରରେ ପୁଲିସ ଜାଣିବାକୁ ପାଇଛି।

Advertisment
MURDER CASE Crime News Bengaluru Murder Case Murder To Wife And Daughters Suicide News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe