Advertisment

ଅଙ୍ଗନବାଡ଼ି କେନ୍ଦ୍ରରେ ଦିଦିଙ୍କୁ ମାରି ଝୁଲାଇଦେଲେ!

ସବୁଦିନ ପରି ଆଜି ପ୍ରଜ୍ଞାପରିମିତା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ। ପିଲାମାନଙ୍କୁ ପାଠ ପଢ଼ାଇ ଥିଲେ। ଖାଇବାକୁ ମଧ୍ୟ ଦେଇଥିଲେ। ପିଲାମାନେ ଖାଇସାରି ଘରକୁ ଫେରିଥିଲେ। ହେଲେ ଅଙ୍ଗନବାଡ଼ି କେନ୍ଦ୍ରରେ ରହିଥିଲେ ପ୍ରଜ୍ଞାପରିମିତା।

Pragaya

Pragaya

Advertisment

ଅଙ୍ଗନବାଡ଼ି କେନ୍ଦ୍ରରେ ଦିଦିଙ୍କୁ ମାରି ଫ୍ୟାନ୍‌ରେ ଝୁଲାଇଦେଲେ! ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରୁ। ସ୍ୱାମୀ ଓ ଶାଶୂ ମିଶି ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଅଙ୍ଗନବାଡ଼ି ଦିଦିଙ୍କ ବାପା-ମାଆ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Advertisment

ଖନ୍ତାପଡ଼ା ଥାନା ମହାରାଜପୁର ପଞ୍ଚାୟତ ମହାରାଜପୁର ଗାଁର ବିସ୍ମିତରଞ୍ଜନ ଦାସ ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସେ ପ୍ରଜ୍ଞାପରିମିତା ଦାସଙ୍କୁ ପ୍ରେମ ବିବାହ କରିଥିଲେ। ବାହାଘର ପରେ ବେଶ୍‌ ହସଖୁସିରେ ଚାଲିଥିଲା ପରିବାର। ଦୁଇ ପିଲାର ବାପା ମାଆ ମଧ୍ୟ ହୋଇଥିଲେ ବିସ୍ମିତ ଓ ପ୍ରଜ୍ଞାପରିମିତା। ପିଲାମାନଙ୍କ ଲାଳନପାଳନ ସହ ପ୍ରଜ୍ଞାପରିମିତା ମହାରାଜପୁରର ୩ ନମ୍ୱର ଅଙ୍ଗନବାଡ଼ିରେ ଚାକିରି କରୁଥିଲେ। ହେଲେ ଏହାରି ଭିତରେ କୁସଙ୍ଗରେ ପଡ଼ିଥିଲେ ସ୍ୱାମୀ ବିସ୍ମିତ! ଆଉ ମଦ ନିଶାରେ ଘରକୁ ଫେରି ପାଟିତୁଣ୍ଡ କରୁଥିବା ପ୍ରଜ୍ଞାପରିମିତାଙ୍କ ବାପା-ମାଆ ଅଭିଯୋଗ କରିଥିଲେ।

ସବୁଦିନ ପରି ଆଜି ପ୍ରଜ୍ଞାପରିମିତା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ। ପିଲାମାନଙ୍କୁ ପାଠ ପଢ଼ାଇ ଥିଲେ। ଖାଇବାକୁ ମଧ୍ୟ ଦେଇଥିଲେ। ପିଲାମାନେ ଖାଇସାରି ଘରକୁ ଫେରିଥିଲେ। ହେଲେ ଅଙ୍ଗନବାଡ଼ି କେନ୍ଦ୍ରରେ ରହିଥିଲେ ପ୍ରଜ୍ଞାପରିମିତା। ମଧ୍ୟାହ୍ନରେ ପ୍ରଜ୍ଞାପରିମିତା ଅଙ୍ଗନବାଡ଼ି କେନ୍ଦ୍ରରେ ଲାଗିଥିବା ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଜାଣିପାରି ତାଙ୍କ ସ୍ୱାମୀ ବିସ୍ମିତ ଓ ଶାଶୁ ତାଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏ ସମ୍ପର୍କରେ ବିସ୍ମିତ ଫୋନ୍‌ କରି ଶ୍ୱଶୁର ଘର ଲୋକଙ୍କୁ କହିଥିଲେ।

Advertisment

ପ୍ରଜ୍ଞାପରିମିତା ଅଙ୍ଗନବାଡ଼ି କେନ୍ଦ୍ରରେ ଝୁଲି ପଡ଼ିଥିବା ବିସ୍ମିତ କହିଥିଲେ। ଜ୍ୱାଇଁଙ୍କଠାରୁ ଏପରି ଖବର ପାଇବା ପରେ ଶ୍ୱଶୁର ଘର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ରେ ପହଞ୍ଚିଥିଲେ। ସେତେବେଳକୁ ପ୍ରଜ୍ଞାପରିମିତାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଏହା ପରେ ମେଡ଼ିକାଲ୍‌ରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ବିସ୍ମିତ ଓ ତାଙ୍କ ମାଆ ରେଣୁକା ଦାସ ମିଶି ପ୍ରଜ୍ଞାପରିମିତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଏପରିକି ମାଆ ଓ ପୁଅଙ୍କୁ ମାଡ଼ ମାରି ଖନ୍ତାପଡ଼ା ଥାନାର ଜିମା ଦେଇଥିଲେ ପ୍ରଜ୍ଞାପରିମିତାଙ୍କ ପରିବାର ଲୋକ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ କରୁଛନ୍ତି।

ପ୍ରଜ୍ଞାପରିମିତାଙ୍କ ବାପ-ମାଆ କହିଛନ୍ତି, ବିସ୍ମିତ ଅଧିକାଂଶ ସମୟରେ ନିଶାଗ୍ରସ୍ତ ରହୁଥିଲା। ଏହାକୁ ନେଇ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା। ଯାହାକୁ ନେଇ ପ୍ରଜ୍ଞାପରିମିତାଙ୍କ ମାନସିକ ସ୍ଥିତି ଭଲ ନଥିଲା। ଆଜି ସେମାନେ ହତ୍ୟାକରି ଫ୍ୟାନରେ ଟାଙ୍ଗିଦେଇଥିବା ଅଭିଯୋଗ କରିଥିଲେ ପ୍ରଜ୍ଞାପରିମିତାଙ୍କ ବାପଘର ଲୋକେ।

ରିପୋର୍ଟ- ସୋରରୁ ନିରଞ୍ଜନ ବେହେରା

Murder Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe