Advertisment

ଅଧିକ ଆସୁଥିଲା ବିଦ୍ୟୁତ ବିଲ୍, ମିଟର ରିଡିଂ କରିବାକୁ ଆସିଥିବା ଏଜେଣ୍ଟଙ୍କୁ କଲେ ହତ୍ୟା

ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Murder

Murder

Advertisment

ବିଦ୍ୟୁତ ବିଲ୍ ଅଧିକ ଆସୁଥିବାରୁ ମିଟର ରିଡିଂ କରିବା ପାଇଁ ଆସିଥିବା ଏଜେଣ୍ଟଙ୍କୁ  ହାଣି ହତ୍ୟା କଲେ ଉପଭୋକ୍ତା। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କୁପାଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ଗ୍ୟାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ। ଲକ୍ଷ୍ମୀ ନାରାୟଣ ଟାଟା କମ୍ପାନୀରେ ଏଜେଣ୍ଟ ଭାବେ କରୁଥିଲେ। ପୁଲିସ ହତ୍ୟାକାରୀ ଗୋବିନ୍ଦ ସେଠୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।   

Advertisment

ଗୋବିନ୍ଦଙ୍କର ବିଦ୍ୟୁତ ବିଲ୍ ଅଧିକ ଆସୁଥିଲା। ଏନେଇ ସେ ଚିନ୍ତିତ ଥିଲେ। ଏହି କଥାକୁ ନେଇ ମିଟର ରିଡିଂ କରିବାକୁ ଆସୁଥିବା ଲକ୍ଷ୍ମୀ ନାରାୟଣଙ୍କ ସହ ଗୋବିନ୍ଦଙ୍କର କିଛି ଦିନ ତଳେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳେ ଲକ୍ଷ୍ମୀ ନାରାୟଣ ଚଳିତ ମାସର ମିଟର ରିଡିଂ ପାଇଁ ଗୋବିନ୍ଦଙ୍କ ଘରକୁ ଆସିଥିଲେ। ପୂର୍ବପରି ବିଦ୍ୟୁତ ବିଲ୍‌କୁ ନେଇ ଗୋବିନ୍ଦ ଓ ଲକ୍ଷ୍ମୀ ନାରାୟଣଙ୍କ ପୁଣି ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା।  ପରେ ଗୋବିନ୍ଦ ନିଜ ଘରୁ ଏକ ଧାରୁଆ ଅସ୍ତ୍ର ଆଣି ଲକ୍ଷ୍ମୀ ନାରାୟଣଙ୍କୁ ଚୋଟ ଚୋଟ ପରେ ପକାଇ ଥିଲେ।  

ଲକ୍ଷ୍ମୀ ନାରାୟଣ ଚିତ୍କାର କରିଥିଲେ।  ଗ୍ରାମବାସୀ ଲକ୍ଷ୍ମୀ ନାରାୟଣଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ଲକ୍ଷ୍ମୀ ନାରାୟଣଙ୍କୁ ଗୋବିନ୍ଦଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଗୋବିନ୍ଦ ଜଣେ ଗ୍ରାମବାସୀଙ୍କୁ ହାଣି ପକାଇଥିଲେ। ପରେ ଗ୍ରାମବାସୀ ଗୋବିନ୍ଦଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ହତ୍ୟାକାରୀକୁ ଥାନାକୁ ନେବା ସହ ଗୁରୁତର ଗ୍ରାମବାସୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଘଟଣାସ୍ଥଳରେ ଲକ୍ଷ୍ମୀ ନାରାୟଣଙ୍କର ମୃତ୍ୟୁ ଘଟିଥିଲା। 

Advertisment

ଅନ୍ୟପକ୍ଷରେ ଟାଟା କମ୍ପାନୀର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ମିଟର ରିଡର୍ ଏଜେଣ୍ଟମାନେ କ୍ଷତି ପୂରଣ ଦେବାକୁ ଦାବି କରିବା ସହିତ ପରିବାରର ଜଣଙ୍କୁ ଚାକିରି ଦେବାକୁ କହିଛନ୍ତି। ପ୍ରତିଶ୍ରୁତି ନ ମିଳିଲେ ମୃତଦେହ ଉଠାଇ ଦିଆଯିବନି ବୋଲି ଚେତାବନୀ ଦେଇଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। 

Odisha Police Ganjam Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe