Advertisment

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଗିରଫ

ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛି ରାଜ୍ୟ ଓଏଏସ୍‌ ସଂଘ।

ଅଦ୍ୟତନ ହୋଇଛି
BMC Office

BMC Office

Advertisment

ସୋମବାର ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆକ୍ରମଣ ଘଟଣାରେ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନେ ହେଉଛନ୍ତି- ସଞ୍ଜୀବ ମିଶ୍ର ଓ ସଚ୍ଚିକାନ୍ତ ସ୍ୱାଇଁ। ଏହା ସହିତ ଏହି ମାମଲାରେ ଏଯାବତ ୫ ଜଣଙ୍କୁ ଗିରଫ କରିଛି ପୁଲିସ।

Advertisment

ସଞ୍ଜୀବ ମିଶ୍ର ଓ ସଚ୍ଚିକାନ୍ତ ମିଶ୍ର ମଧ୍ୟ ବିଜେପିର କର୍ମକର୍ତ୍ତା ଥିଲେ। ସେମାନେ ଗିରଫ ହେବାର କିଛି ସମୟ ପୂର୍ବରୁ ସେମାନଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ।

ସଞ୍ଜୀବ ଓ ସଚ୍ଚିକାନ୍ତଙ୍କ ପୂର୍ବରୁ କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମୀ ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଥିଲା ପୁଲିସ। କୋର୍ଟରେ ଅପରୂପ, ରଶ୍ମୀ ଓ ଦେବାଶିଷଙ୍କ ଜାମିନ ନାମଞ୍ଜୁର ହୋଇଯିବାରୁ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

Advertisment

ଏହି ଘଟଣା ପାଇଁ ସଞ୍ଜୀବ ଓ ସଚ୍ଚିକାନ୍ତଙ୍କ  ସହିତ କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମୀ ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛି।  

ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛି ରାଜ୍ୟ ଓଏଏସ୍‌ ସଂଘ। ଏଥିପାଇଁ ସରକାରଙ୍କୁ ୨୪ ଘଣ୍ଟା ମହଲତ ଦେଇଛି ସଂଘ।ଅନ୍ୟପକ୍ଷରେ ୧୪ଟି ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଛନ୍ତି ଓଏଏସ୍‌ ଓ ଓଆରଏସ ଅଫିସର। କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ଦେବଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର, ବାଲେଶ୍ୱର, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, ସମ୍ବଲପୁର, କେନ୍ଦୁଝର ଓ ଯାଜପୁର  ଜିଲ୍ଲାରେ ସମୂହ ଛୁଟିରେ ଯାଇଛନ୍ତି ଓଏଏସ ଓ ଓଆରଏସ୍‌ ଅଫିସରମାନେ। ଏହି ମାମଲାରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ସେମାନେ ଛୁଟିରେ ରହିବେ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe