Advertisment

ମଦ ଭାଟି ମ୍ୟାନେଜରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା

ସୁଦପଡ଼ାରେ ରହିଥିଲା ବଳଦେବ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ୍‌ ମଦ ଭାଟି। ସେହି ଭାଟିର ମ୍ୟାନେଜର ହେଉଛନ୍ତି ବଣ୍ଟି। ସେ ମଦ ଭାଟିଠାରୁ ଅଳ୍ପ ଦୂରରେ ରହୁଥିଲେ। ଆଜି ରାତି ପ୍ରାୟ ୮ଟା ବେଳେ ଆୟକର ବିଭାଗ(IT)ର ସ୍ୱତନ୍ତ୍ର ଟିମ୍‌ ପହଞ୍ଚି ଥିଲେ।

author-image
Manoranjan Sial
Bank

Bank

ମଦ ଭାଟି ମ୍ୟାନେଜରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା। ଜବତ ହୋଇଥିବା ଟଙ୍କା ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖାକୁ ନିଆଯାଇଛି। ତେବେ କେତେ ଟଙ୍କା ମିଳିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଗଣତି ପରେ ଟଙ୍କାର ପରିମାଣ ସ୍ପଷ୍ଟ ହେବ। ବର୍ତ୍ତମାନ ସୁଦ୍ଧା ମଦ ବେପାରୀଙ୍କଠାରୁ ୩୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇସାରିଲାଣି। ମଦ ଭାଟି ମାଲିକ ଦୀପକ ସାହୁ ଓ ସଞ୍ଜୟ ସାହୁ ଫେରାର ଅଛନ୍ତି।

Advertisment

ସୁଦପଡ଼ାରେ ରହିଥିଲା ବଳଦେବ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ୍‌ ମଦ ଭାଟି। ସେହି ଭାଟିର ମ୍ୟାନେଜର ହେଉଛନ୍ତି ବଣ୍ଟି। ସେ ମଦ ଭାଟିଠାରୁ ଅଳ୍ପ ଦୂରରେ ରହୁଥିଲେ। ଆଜି ରାତି ପ୍ରାୟ ୮ଟା ବେଳେ ଆୟକର ବିଭାଗ(IT)ର ସ୍ୱତନ୍ତ୍ର ଟିମ୍‌ ପହଞ୍ଚି ଥିଲେ। ସାଥୀରେ ଥିଲେ ସିଇଆଇଏସ୍‌ଏଫ୍‌ ଯବାନ ଓ ଓଡ଼ିଶା ପୁଲିସ୍‌। ଆୟକର ବିଭାଗ ଟିମ୍‌ ସଦସ୍ୟମାନେ ବଣ୍ଟି ଘର ଭିତରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ସେହି ସମୟରେ ସେମାନଙ୍କୁ ବିପୁଳ ପରିମାଣରେ ଟଙ୍କା ମିଳିଥିଲା। ସେହି ଟଙ୍କାକୁ ପିକ୍‌ଅପ୍‌ ଭ୍ୟାନ୍‌ରେ ଲୋଡ୍‌ କରାଯାଇ ଏସ୍‌ବିଆଇ ବଲାଙ୍ଗିର ମୁଖ୍ୟ ଶାଖାକୁ ନିଆଯାଇଛି। ଟଙ୍କାକୁ ବ୍ୟାଗ ଓ ପେଟିରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି। ଗଣତି ପରେ ଘରୁ କେତେ ଟଙ୍କା ମିଳିଲା, ତାହା ଜଣାପଡ଼ିବ। ଅନ୍ୟପକ୍ଷରେ ବଣ୍ଟି ଘରୁ ଟଙ୍କା ମିଳିଥିବା ସ୍ୱୀକାର କରିଛନ୍ତି ଆୟକର ବିଭାଗ ଟିମ୍‌।

ଓଡ଼ିଶାରେ ଆଇଟି ଗତ ୩ ଦିନ ହେଲା ଚାଲିଛି ରେଡ୍। ଯାହାକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ମଦ ବ୍ୟବସାୟୀଙ୍କ ଉପରେ ଘର ଓ ଭାଟିରେ ଚଢ଼ଉ କରି ଆୟକର ବିଭାଗ ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିସାରିଲାଣି। ଏବେ ମଧ୍ୟ ଟଙ୍କା ଗଣା ଚାଲିଛି। ଜବତ ହୋଇଥିବା ଟଙ୍କାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଝାଡ଼ଖଣ୍ଡର ରାଜ୍ୟସଭା କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ଉପରେ ଆଇଟି ରେଡରୁ କୋଟି କୋଟିର ନଗଦ ଅର୍ଥ ମିଳିଥିବାର ଖବରକୁ ସେୟାର କରି ମୋଦି ଲେଖିଛନ୍ତି, ଜନତାଙ୍କ ଠାରୁ ଯାହା ଲୁଟିଛ, ତାକୁ କଡ଼ା ଗଣ୍ଡା କରି ଫେରାଇବାକୁ ହେବ। ଏହା ମୋଦିଙ୍କ ଗ୍ୟାରେଣ୍ଟି। ଏଥିସହ କଂଗ୍ରେସକୁ ପରୋକ୍ଷ ନିଶାନା କରି ଦେଶବ୍ୟାସୀ ଏ ଟଙ୍କାର ପାହାଡ଼କୁ ଦେଖନ୍ତୁ ଏବଂ ତାଙ୍କ ନେତାଙ୍କ ଭାଷଣ ଶୁଣନ୍ତୁ ବୋଲି କଟାକ୍ଷ କରିଛନ୍ତି ମୋଦି।

Advertisment

ଅନ୍ୟପକ୍ଷରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛି। ତେବେ ବଡ କଥା ହେଉଛି, ଓଡ଼ିଶା ସହ ଝାଡଖଣ୍ଡ ସାଂସଦ ଧୀରଜ ସାହୁଙ୍କ କ’ଣ ରହିଛି ଲିଙ୍କ୍ ? ବଲାଙ୍ଗିର ମଦ ବେପାରୀ ବଳଦେବ ସାହୁଙ୍କ ସହ ତାଙ୍କର ରହିଛି କି ସଂପର୍କ? ଜାତୀୟ ଗଣମାଧ୍ୟମ ଖବର ଅନୁଯାୟୀ ଓଡ଼ିଶା, ପଶ୍ଚିମବଙ୍ଗ ଆଉ ଝାଡଖଣ୍ଡରେ ବଳଦେବ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପାରିବାରିକ କମ୍ପାନୀ। କିନ୍ତୁ ଏ ନେଇ ଏ ପର୍ଯ୍ୟନ୍ତ ଧୀରଜ ସାହୁ କିମ୍ବା ବଳଦେବ ସନ୍ସ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Balangir IT Raid