Advertisment

ମଣିପୁରରୁ ଆସିଲା ଆଉ ଏକ ଛାତି ଥରାଇ ଦେବା ଭଳି ଗଣଦୁଷ୍କର୍ମ ଘଟଣା

ଏହି ଗଣଦୁଷ୍କର୍ମ ଘଟଣା ମେ’ ମାସରେ ଘଟିଥିବା ବେଳେ ପୀଡ଼ିତା ଜଣଙ୍କ ଏବେ ଗୋଟିଏ ରିଲିଫ କ୍ୟାମ୍ପରେ ରହିଛନ୍ତି। ସେ ନିକଟରେ ସାହାସ କରି ପୁଲିସ୍‌ରେ ଅଭିଯୋଗ କରିବାରୁ ପୂରା ଘଟଣା ଲୋକଲୋଚନକୁ ଆସିଛି।

author-image
Hemant Lenka
Manipur Gang-Rape

Manipur Gang-Rape

ଆଦିବାସୀ ଓ ଅଣ ଆଦିବାସୀ ସଂଘର୍ଷକୁ ନେଇ ୩ ମାସ ହେଲା ଜଳୁଥିବା ମଣିପୁରରୁ ପୁଣି ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ମଣିପୁର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରୁ ଥିବା ବେଳେ ଆଜି ରାଜ୍ୟରେ ଆଉ ଏକ ଭୟଙ୍କର ଗଣଦୁଷ୍କର୍ମ ଘଟଣା ସାର୍ବଜନୀନ ହୋଇଛି।

Advertisment

ଏହି ଗଣଦୁଷ୍କର୍ମ ଘଟଣା ମେ’ ମାସରେ ଘଟିଥିବା ବେଳେ ପୀଡ଼ିତା ଜଣଙ୍କ ଏବେ ଗୋଟିଏ ରିଲିଫ କ୍ୟାମ୍ପରେ ରହିଛନ୍ତି। ସେ ନିକଟରେ ସାହାସ କରି ପୁଲିସ୍‌ରେ ଅଭିଯୋଗ କରିବାରୁ ପୂରା ଘଟଣା ଲୋକଲୋଚନକୁ ଆସିଛି।

ଖାଲି ଏହି ମହିଳା ଜଣଙ୍କ ନୁହନ୍ତି, ମଣିପୁରରେ ନିର୍ଯାତନା ସହିଥିବା ଅନେକ ମହିଳା ଏବେ ସେମାନଙ୍କ ସହ ଘଟିଥିବା ଭୟଙ୍କର କାଣ୍ଡ ସମ୍ପର୍କରେ ପୁଲିସ୍‌କୁ ଜଣାଇବା ଆରମ୍ଭ କରିଛନ୍ତି। ଚୁରାଚାନ୍ଦପୁର ଜିଲ୍ଲାର ଜଣେ ୩୭ ବର୍ଷୀୟ ମହିଳା ତାଙ୍କ ସହ ଘଟିଥିବା ଘଟଣା ପୁଲିସ୍‌କୁ କହିଛନ୍ତି।

Advertisment

ମେ’ ୩ ତାରିଖରେ ମହିଳା ଜଣଙ୍କ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଏଥିରୁ ରକ୍ଷା ପାଇବା ପାଇଁ ସେ ତାଙ୍କର ଦୁଇ ପୁଅ, ଝିଆରୀ ଓ ଜା’ଙ୍କ ସହ ଘର ଛାଡ଼ି ଦୌଡ଼ିବା ଆରମ୍ଭ କରିଥିଲେ। ଏହି ସମୟରେ କିଛି ପୁରୁଷ ଲୋକ ତାଙ୍କୁ ଧରି ପକାଇଥିଲେ। ଏହାପରେ ତାଙ୍କୁ ନିର୍ଯାତନା ଦେଇ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି।

ଏହି ଭୟଙ୍କର ଘଟଣା ପରେ ସେ ନୀରବ ରହିଥିଲେ। କିନ୍ତୁ ଅନ୍ୟ ମହିଳାମାନେ ସେମାନଙ୍କ ନିର୍ଯାତନା କଥା କହୁଥିବା ରିପୋର୍ଟ ପଢ଼ିବା ପରେ ସେ ମଧ୍ୟ ପୁଲିସ୍‌ର ଦ୍ୱାରସ୍ଥ ହୋଇ ସବୁ କଥା କହିଛନ୍ତି।

ପୀଡ଼ିତା ଜଣଙ୍କ କହିଛନ୍ତି, “ନିଜର ଓ ପରିବାରର ସମ୍ମାନ ପାଇଁ ମୁଁ ଏକଥା କାହାକୁ କହି ନଥିଲି। ସାମାଜିକ ବିଧିବ୍ୟବସ୍ଥା ଯୋଗୁ ଅଭିଯୋଗ ଦାଖଲରେ ବିଳମ୍ବ କରିଥିଲି। ସ୍ଥିତି ଏପରି ହୋଇଥିଲା ଯେ ମୁଁ ନିଜକୁ ନିଜେ ମାରି ଦେବାକୁ ମଧ୍ୟ ଚିନ୍ତା କରିଥିଲି।”

ବିଷ୍ଣୁପୁର ପୁଲିସ୍‌ ଷ୍ଟେସନରେ ରୁଜୁ ଜିରୋ ଏଫଆଇଆର୍‌ରେ ମହିଳା ଜଣଙ୍କ ଏକଥା କହିଛନ୍ତି। ବର୍ତ୍ତମାନ ସେ ଗୋଟିଏ ରିଲଫ କ୍ୟାମ୍ପରେ ରହିଛନ୍ତି। ପୁଲିସ୍‌ ତାଙ୍କ ଅଭିଯୋଗ ପାଇବା ପରେ ଆଇପିସିର ଧାରା ୩୭୬ଡି, ୩୫୪, ୧୨୦ବି ଓ ୩୪ ଦଫାରେ ମାମଲା କରିଛି।

ଏଫଆଇଆରରେ କୁହାଯାଇଛି ଯେ ମେ’ ୩ ତାରିଖ ସନ୍ଧ୍ୟା ୬.୩୦ରେ ଦୁର୍ବୃତ୍ତମାନେ ଏହି ମହିଳା ଓ ତାଙ୍କ ପଡ଼ୋଶୀଙ୍କ ଘର ଗୁଡ଼ିକରେ ନିଆଁ ଲଗାଇବା ଆରମ୍ଭ କରିଥିଲେ। ଏହା ପରେ ହିଁ ମହିଳା ଜଣଙ୍କ ତାଙ୍କ ପରିବାର ଲୋକଙ୍କୁ ନେଇ ସେଠାରୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରିଥିଲେ।

ସେ କହିଛନ୍ତି, “ମୁଁ ମୋ ଝିଆରୀକୁ କାନ୍ଧରେ ପକାଇଥିଲି। ଦୁଇ ପୁଅକୁ ମଧ୍ୟ ଧରିଥିଲି। ଆମେ ସମସ୍ତେ ଘଟଣାସ୍ଥଳରୁ ଦୌଡ଼ିବା ଆରମ୍ଭ କରିଥିଲୁ। ମୋ ଜା ମଧ୍ୟ ତାଙ୍କ କାନ୍ଧରେ ଗୋଟିଏ ଛୁଆକୁ ପକାଇଥିଲେ। ସେ ମୋ ଆଗରେ ଥିଲେ। ଦୌଡ଼ୁ ଥିବା ବେଳେ ମୁଁ ତଳେ ପଡ଼ି ଯାଇଥିଲି।

ମୁଁ ରାସ୍ତାରୁ ଉଠି ନ ପାରିବାରୁ ମୋ ଜା ମୋ ପାଖକୁ ଆସିଥିଲେ। ସେ ମୋର ଦୁଇ ପୁଅ ଓ ଝିଆରୀକୁ ନେଇ ଚାଲି ଯାଇଥିଲେ। ମୁଁ ତାଙ୍କୁ ଏପରି କରିବାକୁ କହିଥିଲି। ମୁଁ ବହୁତ କଷ୍ଟରେ ତଳୁ ଉଠିଲା ବେଳକୁ ୫ରୁ ୬ ଜଣ ଲୋକ ମୋତେ ଧରିଥିଲେ।

ସେମାନେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ମୋତେ ମାଡ଼ ମାରିଥିଲେ। ମୁଁ ପ୍ରତିବାଦ କରିଥିଲେ ହେଁ ସେମାନେ ବଳପୂର୍ବକ ମୋତେ ତଳେ ପକାଇ ଦେଇଥିଲେ ଓ ମୋତେ ଯୌନ ନିର୍ଯାତନା ଦେଇଥିଲେ।”

ଘଟଣା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ କରିଥିଲା। ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ସେ ଏନେଇ ଇମ୍ଫାଲରେ ଥିବା ରିଜନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ଯାଇଥିଲେ। କିନ୍ତୁ ସେ ନିଜ ସମ୍ମାନକୁ ଡରି ଡାକ୍ତରଙ୍କୁ କିଛି ନ କହି ଚାଲି ଆସିଥିଲେ।

ତେବେ ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସେ ହସ୍ପିଟାଲ ଯାଇଥିଲେ। ଡାକ୍ତର ତାଙ୍କର ଚିକିତ୍ସା କରିବା ସହ ଘଟଣା ସମ୍ପର୍କରେ ରିପୋର୍ଟ କରିବାକୁ ସାହାସ ଦେଇଥିଲେ। ଏହାପରେ ମହିଳା ଜଣଙ୍କ ପୁଲିସ୍‌ ଆଗରେ ସବୁ କଥା କହିଛନ୍ତି।

ଏହାପୂର୍ବରୁ ମେ’ ୪ ତାରିଖରେ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ଚଲାଇ ଚଲାଇ ନେବାର ଭିଡିଓ ସାମ୍ନାକୁ ଆସିଥିଲା। ଘଟଣା ମେ’ ୪ରେ ଘଟିଥିବା ବେଳେ ଏହାର ଭିଡିଓ ଜୁଲାଇ ୧୯ରେ ଭାଇରାଲ ହୋଇଥିଲା। ଏହାକୁ ନେଇ ସଂସଦ ବାହାରେ ଓ ଭିତରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।

Stop Rape Manipur Violence Manipur Incident