Advertisment

ବିଷାକ୍ତ ମଦ ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚିକିଟି ବ୍ଲକ ଜେନାପୁର ସାହିର ଲକ୍ଷ୍ମଣ ବେହେରା।

Liquor

Liquor

Advertisment

ବିଷାକ୍ତ ମଦ ନେଲା ଆଉ ଜଣଙ୍କ ଜୀବନ। ଫଳରେ ମୃତ୍ୟୁ ସଂଖ୍ୟା ତିନିରେ ପହଞ୍ଚିଲା। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ମୃତକ ହେଲେ ଚିକିଟି ବ୍ଲକ ଜେନାପୁର ସାହିର ଲକ୍ଷ୍ମଣ ବେହେରା। ଏବେ ବି ଆଉ ୪ ଜଣ ଆଉ ଏମେକସିଜିରେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ବିଷାକ୍ତ ମଦ ପିଇ ପୂର୍ବରୁ ଚିକିଟି ଜେନାପୁର ଗାଁର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ହୋଇ ସାରିଛି। ଏହାପରେ ଲକ୍ଷ୍ମଣ ବେହେରାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାକୁ ଲାଗିଲା। ଆଉ ଆଜି ସକାଳେ ସେ ଆଖି ବୁଜିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୨୧ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି। ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି।

ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ତମ୍ବିତୋଫାନ ହୋଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଥିଲା। ଏହି ଘଟଣାରେ ମଦ ମାଫିଆଙ୍କୁ ମିଶାଇ ସମୁଦାୟ ୭ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe