Advertisment

କୋଟାରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, ସଂଖ୍ୟା ୨୬ରେ ପହଞ୍ଚିଲା

ଚଳିତ ବର୍ଷ କୋଟାରେ ୨୬ ଜଣ ଶିକ୍ଷାର୍ଥୀ ଆତ୍ମହତ୍ୟା କଲେଣି। ସେହିପରି ୩ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା।

author-image
Hemant Lenka
Kota

Kota

କୋଚିଂ ହବ ପାଲଟିଥିବା ରାଜସ୍ଥାନର କୋଟାରେ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ଘଟଣା ଥମିବାର ନାଁ ଧରୁନି। ଏଠାରେ ଲକ୍ଷାଧିକ ଛାତ୍ରଛାତ୍ରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାର ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି।

Advertisment

ତେବେ ଅନେକ ସମୟରେ ଏଠାରେ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା ମଧ୍ୟ କରୁଛନ୍ତି। ଏହିକ୍ରମରେ ସୋମବାର ଜଣେ ଛାତ୍ରୀ ଜୀବନ ହାରିଛନ୍ତି। ଏହାକୁ ମିଶାଇ ଚଳିତ ବର୍ଷ କୋଟାରେ ୨୬ ଜଣ ଶିକ୍ଷାର୍ଥୀ ଆତ୍ମହତ୍ୟା କଲେଣି। ସେହିପରି ୩ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା।

ପ୍ରାଥମିକ ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ନାବାଳିକା। ତାଙ୍କ ଘର ଉତ୍ତର ପ୍ରଦେଶର ମାହୁ ଅଞ୍ଚଳରେ। ଏଠାରେ ସେ ହଷ୍ଟେଲରେ ରହି କୋଚିଂ ନେଉଥିଲେ। କିନ୍ତୁ ଆଜି ସେ ନିଜ ରୁମରେ ବିଷ ପିଇ ଦେଇ ଆତ୍ମହତ୍ୟା କରିଛନ୍ତି।

Advertisment

ପୁଲିସ କହିଛି ଯେ ଛାତ୍ରୀ ଜଣଙ୍କ କାହିଁକି ବିଷ ପିଇଲେ, ସେକଥା ଜଣାପଡ଼ିନି। ଆଜି ସକାଳେ ଘଟଣା ଘଟିଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ କରାଯାଉଛି।

ଦୁଇ ଦିନ ତଳେ ଏଠାରେ ଆଉ ଜଣେ ୧୬ ବର୍ଷୀୟ ଶିକ୍ଷାର୍ଥୀ ଜୀବନ ହାରିଥିଲେ। ଛାତ୍ରୀ ଜଣଙ୍କ ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ତାଙ୍କ ମୃତଦେହ ରୁମ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Suicide Rajasthan