Advertisment

ମଝି ସମୁଦ୍ରରେ ମୁହାଁମୁହିଁ; ଜଳଦସ୍ୟୁଙ୍କ କବଳରେ ଫସିଗଲେ ବନ କର୍ମଚାରୀ

ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ସମୁଦ୍ର ମଝିକୁ ପଶି ଖୁଲମଖୁଲା କରୁଛନ୍ତି ମାଛ ଶିକାର। ଏହାକୁ ବିରୋଧ କଲେ ସେମାନଙ୍କ ଟାର୍ଗେଟକୁ ଆସି ଯାଉଛନ୍ତି ବନ କର୍ମଚାରୀ।

ଅଦ୍ୟତନ ହୋଇଛି
Gahira Matha

Gahira Matha

Advertisment

କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ରାଜ କରୁଛନ୍ତି ଜଳଦସ୍ୟୁ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ସମୁଦ୍ର ମଝିକୁ ପଶି ଖୁଲମଖୁଲା କରୁଛନ୍ତି ମାଛ ଶିକାର। ଏହାକୁ ବିରୋଧ କଲେ ସେମାନଙ୍କ ଟାର୍ଗେଟକୁ ଆସି ଯାଉଛନ୍ତି ବନ କର୍ମଚାରୀ। ଏପରି ଏକ ଲୋମଟାଙ୍କୁରା ଘଟଣା ଗତକାଲି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଥଳ ଜଳରାଶିରେ ଘଟିଛି।

Advertisment

ଗତକାଲି ପ୍ରାୟ ୧୭ଟି ଟ୍ରଲରରେ ଜଳ ଦସ୍ୟୁମାନେ ହୁକିଟୋଲା ଫ୍ରଣ୍ଟ ନିଷିଦ୍ଧାଞ୍ଚଳକୁ ଯାଇ ବେଆଇନ ଭାବେ ମାଛ ମାରୁଥିଲେ। ଏହାଦେଖି ସମୁଦ୍ର ମଝିରେ ପାଟ୍ରୋଲିଂ କରୁଥିବା ୧୧ ଜଣିଆ ଟିମ୍‌ ଏକ ଟ୍ରଲରରେ ସେଠାରେ ପହଞ୍ଚିଥିଲେ। ବନ କର୍ମଚାରୀ ଜଳଦସ୍ୟୁଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ଜଳଦସ୍ୟୁମାନେ ଆକ୍ରାତ୍ମକ ହୋଇ ଉଠିଲେ।

୧୭ଟି ଟ୍ରଲରର ଚକ୍ରବ୍ୟୁହ ଭିତରେ ଫସିଗଲା ବନ କର୍ମଚାରୀଙ୍କ ଟ୍ରଲର। ଏହାପରେ ଜଳଦସ୍ୟୁମାନେ ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ବେଳେ ବନ କର୍ମଚାରୀମାନେ ଫାଙ୍କା ଗୁଳି ଚାଳନା କରି ଜୀବନ ବିକଳରେ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିଲେ। 

Advertisment

ଏନେଇ ଟ୍ରଲର ମାଲିକଙ୍କ ନାମରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପୁଲିସ୍‌ କେବଳ ଘଟଣାସ୍ଥଳ ବୁଲି ଆସି ତଦନ୍ତ ସାରିଛି। ତେବେ ଅଭିଯୁକ୍ତଙ୍କ ପତ୍ତା ମିଳି ପାରିନି।

ପ୍ରତି ବର୍ଷ ନଭେମ୍ବର ୧ରୁ ମେ ୧ ଯାଏ ଗହୀରମଥା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଏ। ଏହି ସମୟରେ କଇଁଛମାନଙ୍କର ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ମାତ୍ର ଏହି ସମୟରେ ଜଳଦସ୍ୟୁମାନେ ଏଠାରେ ଅନୁପ୍ରବେଶ କରି ବେଆଇନ ଭାବ ମାଛ ଧରିଥାନ୍ତି।

ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ କି ଅଯନ୍ତ୍ରପାତି ନାହିଁ ସେମାଙ୍କ ସହ ଲଢ଼ିବା ପାଇଁ । ପୁଲିସ୍‌ ସୁରକ୍ଷାରେ ସେମାନେ ଭିତରକୁ ଯାଇଥାନ୍ତି।

ମଝି ସମୁଦ୍ରରେ ଜଳଦସ୍ୟୁ ଓ ବନ କର୍ମଚାରୀ ଏପରି ମୁହାଁମୁହିଁ ହେବା ନୂଆ କଥା ନୁହଁ। ଗତ ୭ ତାରିଖରେ ଫାଙ୍କା ଗୁଳି ଚାଳନା କରି ଜଳ ଦସ୍ୟୁଙ୍କ କବଳରୁ ବନ କର୍ମଚାରୀ ମଝି ସମୁଦ୍ରରୁ ମୁକୁଳିଥିଲେ। ଏହାପରେ ୧୪ ତାରିଖରେ ଓ ଗତକାଲି ବି ସମାନ ଘଟଣା ଘଟିଛି। ନିଜ ଜୀବନକୁ ପାଣି ଛଡ଼ାଇ ସମୁଦ୍ର ମଝିକୁ ଯାଉଥିବା ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ତିଳେ ମାତ୍ର ତତ୍ପରତା ପ୍ରକାଶ କରୁ ନ ଥିବା ଅଭିଯୋଗ ହେଉଛି।

ଏନେଇ ରାଜନଗର ବନ ଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଚାନ୍ଦ କହିଛନ୍ତି, ପାଖାପାଖି ୧୦,୧୨ ଟ୍ରଲର ଏକତ୍ରିତ ଭାବେ ମାଛ ଧରୁଥିଲେ। ସେଠାରେ ବନ କର୍ମଚାରୀ ପହଞ୍ଚିବାରୁ ସେମାନେ ତାଙ୍କୁ ଗୋଡ଼ାଇଥିଲେ। ଫଳର ବନ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ରହୁଛି। 

ଏଥିସହ ଟ୍ରଲରର ମାଛ ମାରିବାକୁ ଆସିଥିବା ଜଳଦସ୍ୟୁ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବୋଲି ଜଣାଯାଇଛି। ଗହିରମଥା ଅଞ୍ଚଳରେ ବନ କର୍ମଚାରୀ ସବୁବେଳେ ପହରା ଦେଉଥିବା ବେଳେ ସେମାନେ ମାଛ ମାରିବାକୁ ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଫଳରେ ଅଧିକାଂଶ ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।  

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe