Advertisment

ରାତିରେ ମାତିଛନ୍ତି ଗାଈ ଚୋର, ଶୋଇଥିବା ବେଳେ ରାସ୍ତାରୁ ଉଠାଇ ନେଉଛନ୍ତି

ରବିବାର ଭୋର ପ୍ରାୟ ସାଢ଼େ ୪ଟା ୪୪ ମିନିଟ୍‌ ହେବ। ୩ ନମ୍ୱର ୱାର୍ଡର ବାରଙ୍ଗ-ବାଙ୍କୀ ଜାତୀୟ ରାଜପଥର ଷଣ୍ଢପୁର ବଜାରରେ ଗୋଟିଏ ପିକ୍‌ଅପ୍‌ ଅଟକିଥିଲା। ଜଣେ ଯୁବକ ପିକ୍‌ଅପ୍‌ ଡାଲାରୁ ଓହ୍ଲାଇ ରାସ୍ତା ପାର୍ଶ୍ୱରେ ଶୋଇଥିବା ଗୋଟିଏ ଗାଈର ଶିଙ୍ଗକୁ ମାଡ଼ି ବସିଥିଲେ।

Cow

Cow

Advertisment

ମାତିଛନ୍ତି ଗୋରୁ ଚୋର। ଭୋରୁ ଭୋରୁ ଆସୁଛନ୍ତି, ଆଉ ଶୂନ୍‌ଶାନ୍‌ ବଜାରରୁ ଗୋରୁ ଗାଈଙ୍କୁ ଉଠାଇ ନେଉଛନ୍ତି। ଏପରି ଘଟଣା ଗତ ରବିବାର କଟକ ମହାନଗର ନିଗମ(ସିଏମ୍‌ସି)ର ୩ ନମ୍ୱର ୱାର୍ଡରେ ଘଟିଛି। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଆଉ ଏବେ ସେହି ଭିଡିଓ ମୋବାଇଲରୁ ମୋବାଇଲ୍‌ ଘୂରି ବୁଲୁଛି।

Advertisment

ରବିବାର ଭୋର ପ୍ରାୟ ସାଢ଼େ ୪ଟା ୪୪ ମିନିଟ୍‌ ହେବ। ୩ ନମ୍ୱର ୱାର୍ଡର ବାରଙ୍ଗ-ବାଙ୍କୀ ଜାତୀୟ ରାଜପଥର ଷଣ୍ଢପୁର ବଜାରରେ ଗୋଟିଏ ପିକ୍‌ଅପ୍‌ ଅଟକିଥିଲା। ଜଣେ ଯୁବକ ପିକ୍‌ଅପ୍‌ ଡାଲାରୁ ଓହ୍ଲାଇ ରାସ୍ତା ପାର୍ଶ୍ୱରେ ଶୋଇଥିବା ଗୋଟିଏ ଗାଈର ଶିଙ୍ଗକୁ ମାଡ଼ି ବସିଥିଲେ। ତା’ପରେ ଆଉ ୨ ଜଣ ଯୁବକ ଗାଈର ଲାଞ୍ଜ ଓ ଶିଙ୍ଗକୁ ଧରି ପକାଇଥିଲେ। ହେଲେ ଗାଈଟି ସେମାନଙ୍କୁ ଅନେକ ବାଟ ପର୍ଯ୍ୟନ୍ତ ଘୁଷାରି ନେଇଥିଲା। ହେଲେ ଯୁବକ ୪ ଜଣ କାଇଦା କରି ଗାଈକୁ ଧରି ପିକ୍‌ଅପ୍‌ ଡାଲାରେ ଲୋଡ୍‌ କରି ନେଇ ଯାଇଥିଲେ। ଯାହାର ଭିଡିଓ ରାସ୍ତା ପାର୍ଶ୍ୱରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଆଉ ଏବେ ସେହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ଷଣ୍ଢପୁର ବଜାରରେ ପୁଲିସ୍‌ ପାଟ୍ରୋଲିଂ ବ୍ୟବସ୍ଥା ନଥିବାରୁ ଅସାମାଜିକ ଯୁବକମାନେ ଗୋରୁଙ୍କୁ ଉଠାଇ ନେଉଥିବା ଅଭିଯୋଗ ହେଉଛି। ଏହା ପୂର୍ବରୁ ଜଣକ ଗୁହାଳରୁ ଗୋରୁ ଚୋରି ହୋଇଥିବା ଅଭିଯୋଗ ହେଉଛି। ହେଲେ ବାରଙ୍ଗ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ରାତିରେ ଗୋରୁ ଚୋରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe