Advertisment

ବିବାହ ବିଚ୍ଛେଦ ମାମଲା: ହାଇକୋର୍ଟ ଗଲେ ଅନୁଭବ

ପ୍ରଥମେ ଅନୁଭବ ବିବାହ ବିଚ୍ଛେଦ ମାମଲା ଦିଲ୍ଲୀ ପଟିଆଲା କୋର୍ଟରେ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Anubhav and Brasha

ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି। ପତ୍ନୀ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟରେ ଅପିଲ କରିଛନ୍ତି ଅନୁଭବ। ଫ୍ୟାମିଲି କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି ଅନୁଭବ। ବିବାହ ବିଚ୍ଛେଦ ନେଇ ଫ୍ୟାମିଲି କୋର୍ଟରେ ଅନୁଭବ ଅବେଦନ କରିଥିବା ବେଳେ କୋର୍ଟ ମାମଲାକୁ ଖାରଜ କରିଥିଲେ।

Advertisment

ପ୍ରଥମେ ଅନୁଭବ ବିବାହ ବିଚ୍ଛେଦ ମାମଲା ଦିଲ୍ଲୀ ପଟିଆଲା କୋର୍ଟରେ କରିଥିଲେ। ଏହି ମାମଲା କଟକରେ ବିଚାର କରାଯାଉ ବୋଲି  ବର୍ଷା ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା କଟକକୁ ଆସିଥିଲା। କଟକ ଫ୍ୟାମିଲି କୋର୍ଟରେଏହି ମାମଲା ବିଚାରାଧିନ ଥିଲା। ଗତ ୨୨ ତାରିଖରେ କୋର୍ଟ ଏହି ମାମଲାକୁ ଖାରଜ କରି ଦେଇଥିଲେ। ଏହା ସହିତ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଖାରଜ କରି ଦେଇଥିଲେ କୋର୍ଟ। ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା ଆବେଦନ କରିଥିଲେ।

ଅନୁଭବ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ବିଭିନ୍ନ ସମୟରେ ଅନୁଭବ ବର୍ଷାଙ୍କୁ ଟ୍ୟାଗ କରି ଅନେକ କଥା ପୋଷ୍ଟ କରିଥାନ୍ତି। ଯାହାକୁ ନେଇ ସୋଶାଆଲ ମିଡିଆ ବର୍ଷା ଓ ଅନୁଭବ ମୁହିଁମୁହିଁ ହୋଇଥାନ୍ତି।

Advertisment
Cuttack Odisha Highcourt