Advertisment

ରାଜଧାନୀର ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଇଲେ ଲୁଟେରା

ଦୁଇଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର ଲୁଟ ହୋଇଛି।

ଅଦ୍ୟତନ ହୋଇଛି
Apartment loot

Apartment loot

Advertisment

ପୁଣି ଚକମା ଦେଲେ ଲୁଟେରା। ଘାଇଲା ହେଲା ପୁଲିସ। ଆପାର୍ଟମେଣ୍ଟ ରେ ପଶି ବୁଲାଇଲେ କଳାକନା। ଏଭଳି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିରେ।

Advertisment

ଲୁଟ୍ ହୋଇଥିବା ଫ୍ଲାଟ ନମ୍ବର ହେଲା ୧୦୪ ଓ ୨୦୧। ବୁଧୁବାର (ଗତକାଲି) ରାତିରେ ଦୁଇଟି ଫ୍ଲାଟରେ କେହି ନଥିବା ବେଳେ ଏଭଳି ଘଟଣା ଘଟିଛି। ଦୁଇଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର ଲୁଟ ହୋଇଛି।

ଗୋଟିଏ ଫ୍ଲାଟର ମାଲିକ ରାଉରକେଲା ଯାଇଥିବା ବେଳେ ଅନ୍ୟ ଫ୍ଲାଟ ମାଲିକ ନିଜ ଝିଅ ପାଖକୁ ବାଙ୍ଗାଲୋର ଯାଇଥିଲେ। ଗୋଟିଏ ଫ୍ଲାଟର ଚାବି ସିକ୍ୟୁରିଟି ଗାର୍ଡ ପାଖରେ ଥିଲା। ତେବେ ତାଲା କାଟି ଫ୍ଲାଟରେ ପସି ଲୁଟ କରିଛନ୍ତି। ଲୁଟେରା ଲୁଟ୍ ବେଳେ ମୁଖା ପିନ୍ଧି ଥିଲେ। ଏନେଇ ବୁଧବାର ରାତିରେ ଲୁଟେରା ମାନେ ହାତରେ ଧାରୁଆ ଅସ୍ତ୍ର ଧରି କିଭଳି ଆପାର୍ଟମେଣ୍ଟ ଭିତରେ ପ୍ରବେସ କରିଥିଲେ ତାହା ସିସିଟିଭିରେ କଏଦ ହୋଇଛି।

Advertisment

ଏହି ଲୁଟ୍ ପରେ ପୁଲିସ ପେଟ୍ରୋଲିଂକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ସୋସାଇଟି ରେ ସିକ୍ୟୁରିଟି ଓ ସିସିଟିଭି କାମ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ପୁଲିସ ପାଇଁ ମଧ୍ୟ ଏହି ଲୁଟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାରଣ ଗତକାଲି ପାହାଳ ଓ ପଟିଆ ଅଞ୍ଚଳରୁ ସିରିଜ ଲୁଟ ପରେ ପୁଣି ଏହି ଘଟଣାରେ କମିଶନରେଟ ପୁଲିସର ନିଦ ହଜାଇ ଦେଇଛି।

Loot Apartment Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe