Advertisment

ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଧରିଲା କମିଶନରେଟ୍ ପୁଲିସ୍

ରାତି ଗୋଟାଏରୁ ୩ଟା ଭିତରେ ସେମାନେ ଲୁଟ୍ କରୁଥିଲେ। ଲୁଟ୍‌ କରିବା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲି ଯାଉଥିଲେ।

author-image
Manoj Swain
ଅଦ୍ୟତନ ହୋଇଛି

ଏକ ଆନ୍ତଃରାଜ୍ୟ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ। ଏହି ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍। ସେମାନଙ୍କଠାରୁ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ଦେଢ଼ କେଜି ପାଖାପାଖି ରୁପା ଅଳଙ୍କାର, କିଛି ସୁନା ଅଳଙ୍କାର, ୪ଟି ବାଇକ୍, ୮ଟି ମୋବାଇଲ୍ ଓ ଲୁଟ୍ ପାଇଁ ବ୍ୟବହାର କରୁଥିବା କିଛି ସାମଗ୍ରୀ ଜବତ କରାଯାଇଥିବା ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। 

Advertisment
Odisha Bhubaneswar Lootera