Advertisment

କାହିଁକି ଦୁଷ୍କର୍ମ ଅଭିଯୁକ୍ତକୁ ଗୁଳି କଲା ପୁଲିସ୍‌?

ସେ ଜଣେ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଖବର ଆସିବା ପରେ ଏପରି ଗିରଫଦାରୀ ହୋଇଥିଲା।

UP

UP

Advertisment

ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଗୁଳି କରିଛି ପୁଲିସ୍‌। ୭ ବର୍ଷର ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଯୁବକ ପୁଲିସ୍‌ ଗୁଳିର ଶିକାର ହୋଇଛି। ଉତ୍ତର ପ୍ରଦେଶର ହାଥରସରେ ପୁଲିସ୍‌ ଅମନ ପୁଟ୍ରା ଚାନ୍ଦ ଖାନକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଥିଲା। ସେ ଜଣେ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଖବର ଆସିବା ପରେ ଏପରି ଗିରଫଦାରୀ ହୋଇଥିଲା।

Advertisment

ଗିରଫଦାରୀ ପରେ ପୁଲିସ୍‌ ଅମନକୁ କୋର୍ଟ ହାଜିରା ପୂର୍ବରୁ ଡାକ୍ତରୀ ମାଇନା ପାଇଁ ନେଉଥିଲା। କିନ୍ତୁ ନଗଲା କୋଣ୍ଡା ଠାରେ ସେ ପରିସ୍ରା ଯିବ ବୋଲି କହିଥିଲା। ପୁଲିସ୍‌ ଗାଡ଼ି ରଖି ତା’କୁ ବାହାରକୁ କାଢ଼ି ଥିଲା। ଏତିକି ବେଳେ ଅମନ ଜଣେ ପୁଲିସ୍‌ ଅଫିସରଙ୍କ ପିସ୍ତଲ ଛଡ଼ାଇ ନେଇଥିଲା। ଏଥିସହ ସେଠାରୁ ଖସି ଯିବାକୁ ଗୁଳି ଚଳାଇଥିଲା।

ପୁଲିସ ପକ୍ଷରୁ ମଧ୍ୟ ଏହାର ଜବାବ ଦିଅଯାଇଥିଲା। ଗୋଟିଏ ଗୁଳି ଅମନର ଡାହାଣ ଗୋଡ଼ରେ ବାଜିବାରୁ ସେ ତଳେ ପଡ଼ି ଯାଇଥିଲା। ପୁଲିସ୍‌ ଟିମ ତା’କୁ ସେଠାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

Advertisment

ହାଥରସ ଏସ୍‌ପି ଚିରଞ୍ଜୀବ ନାଥ ସିହ୍ନା କହିଛନ୍ତି, “ଗତ ରାତିରେ ସଦାବଦ କୋଟୱାଲି ଥାନାରେ ଗୋଟିଏ ଏଫଆଇଆର ରୁଜୁ ହୋଇଥିଲା। ଅମନ ପୁଟ୍ରା ଚାନ୍ଦ ଖାନ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୁଲିସ ତା’କୁ ଗିରଫ କରିଥିଲା। ଆଜି କୋର୍ଟରେ ହାଜର କରାଇବା ପୂର୍ବରୁ ପୁଲିସ୍‌ ଟିମ ତା’କୁ ମେଡିକାଲ ଚେକଅପ ପାଇଁ ନେଉଥିଲା।

ପୁଲିସ୍‌ ଟିମ ସହ ବିସାୱର ଚେକପୋଷ୍ଟର ଇନଚାର୍ଜ ରହିଥିଲେ। କିନ୍ତୁ ନାଗଲା କୋଣ୍ଡା ଠାରେ ଅମନ ବାଥରୁମ ବାହାନାରେ ଗାଡ଼ି ଅଟକାଇବାକୁ କହିଥିଲା। ଗାଡ଼ି ଅଟକିବେ କ୍ଷଣି ସେ ବନ୍ଧୁକ ଛଡ଼ାଇ ନେଥଇ ପୁଲିସ୍‌ ଜିପ ଉପରକୁ ଗୁଳି କରିଥିଲା। ଏହାର ଜବାବରେ ଇନଚାର୍ଜରେ ଥିବା ଇନସପେକ୍ଟର ପାଲଟା ଗୁଳି ଚଳାଇଥିଲେ। ଏଥିରେ ଅମନ ଆହତ ହୋଇଥିଲା। ପୁଲିସ୍‌ ତା’କୁ ସଫଳତାର ସହ ପୁଣି ଧରିଛି। ତା’କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଉପଯୁକ୍ତଚ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।”

Stop Rape Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe