Advertisment

ନିଲାମ ହେବ ଅର୍ଚ୍ଚନା ନାଗଙ୍କ ୨ ଦାମୀ ଗାଡ଼ି

ହନିଟ୍ରାପ ମାମଲା ସାମ୍ନାକୁ ଆସିବା ପରେ ୨୦୨୨ ମସିହା ନଭେମ୍ୱର ୧୦ ତାରିଖରେ ଇଡି ଅର୍ଚ୍ଚନାଙ୍କ ଘରେ ଚଢ଼ଉ କରିଥିଲା। ସେହି ସମୟରେ ଏହି ଗାଡ଼ି ଦୁଇଟିକୁ ଦେଖିବାକୁ ପାଇଥିଲା। ପରବର୍ତ୍ତୀ ସମୟରେ ଗୋଟିଏ ଗାଡ଼ି ଗାଏବ ହୋଇଯାଇଥିଲା।

undefined

Archana Nag

Advertisment

ନିଲାମ ହେବ ଅର୍ଚ୍ଚନା ନାଗଙ୍କ ୨ ଗାଡ଼ି। ଅର୍ଚ୍ଚନାଙ୍କ ୨ଟି ଦାମୀ ଗାଡ଼ି ନିଲାମ ପାଇଁ କୋର୍ଟରେ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜବତ ହୋଇଥିବା ଥାର୍‌ ଓ ଫୋର୍ଡ ଏଣ୍ଡେଭର ଗାଡ଼ି ନିଲାମ ପାଇଁ ଆବେଦନ ହୋଇଛି। ୨ଟି ଗାଡ଼ିର କ୍ରୟ ମୂଲ୍ୟ ୫୬ ଲକ୍ଷ ଟଙ୍କା ବୋଲି ଦର୍ଶା ଯାଇଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ନେଇ ଚଢ଼ଉ ବେଳେ ଇଡି ଅର୍ଚ୍ଚନାଙ୍କ ୨ ଗାଡ଼ି ଜବତ କରିଥିଲା।

Advertisment

ହନିଟ୍ରାପ ମାମଲା ସାମ୍ନାକୁ ଆସିବା ପରେ ୨୦୨୨ ମସିହା ନଭେମ୍ୱର ୧୦ ତାରିଖରେ ଇଡି ଅର୍ଚ୍ଚନାଙ୍କ ଘରେ ଚଢ଼ଉ କରିଥିଲା। ସେହି ସମୟରେ ଏହି ଗାଡ଼ି ଦୁଇଟିକୁ ଦେଖିବାକୁ ପାଇଥିଲା। ପରବର୍ତ୍ତୀ ସମୟରେ ଗୋଟିଏ ଗାଡ଼ି ଗାଏବ ହୋଇଯାଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ୨୦୨୨ ମସିହା ନଭେମ୍ୱର ୨୦ ତାରିଖ ରାତିରେ ମଞ୍ଚେଶ୍ୱରରେ ଏକ ପରିତ୍ୟକ୍ତ ଅଞ୍ଚଳରେ ଗାଡ଼ିଟି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ଇଡି ଗାଡିଟିକୁ ଯାଞ୍ଚ କରି ଜବତ କରିଥିଲା। ଏଥିସହ ଅର୍ଚ୍ଚନାଙ୍କ ବିଳାଶପୂର୍ଣ୍ଣ ଘରକୁ ମଧ୍ୟ ଇଡି ଜବତ କରିଥିଲା। ଯାହାର ଅନୁମାନିକ ମୂଲ୍ୟ ୪ କୋର୍ଟ ଟଙ୍କା ହେବ।

ଇତି ପ୍ରଥମ ପର୍ଯ୍ୟାୟରେ ଅର୍ଚ୍ଚନାଙ୍କ ଦୁଇ ଦାମୀ ଗାଡ଼ିକୁ ନିଲାମ ପାଇଁ କୋର୍ଟରେ ଆବେଦନ କରିଛି। ପରବର୍ତ୍ତୀ ସମୟରେ ଘର ନିଲାମ ପାଇଁ ଆବେଦନ କରିପାରେ। ସେପଟେ ଶୁଣିବାକୁ ମିଳୁଛି, ଇଡିର ନିଲାମ ପ୍ରକ୍ରିୟାକୁ ବିରୋଧ କରି କୋର୍ଟରେ ଆଶ୍ରୟ ନେଇପାରନ୍ତି ଅର୍ଚ୍ଚନା। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ଆସିଛି।

Advertisment

ହନିଟ୍ରପ୍‌, ବ୍ଲକ ମେଲିଂ, ଦାଦାବଟି ପରି ମାମଲାରେ ଛନ୍ଦି ହୋଇପଡ଼ିଥିଲା ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ପରେ ସେମାନଙ୍କୁ ଗିରଫ କରିଥିଲା ଇଡି। ଏଥିସହ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟ ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ଜଗବନ୍ଧୁ ଓ ଅର୍ଚ୍ଚନା ପର୍ଯ୍ୟାୟ କ୍ରମେ ଜେଲ୍‌ରୁ ବାହାରିଥିଲେ।

Archana Nag Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe