Advertisment

୮ ବର୍ଷ ତଳେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି; ପୁଣି ଲାଞ୍ଚ ନେଇ ବନ୍ଧା ହେଲେ

ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

KC Behera

KC Behera

Advertisment

୮ ବର୍ଷ ତଳେ ଲାଞ୍ଚ ନେଇ ଗିରଫ ହୋଇଥିଲେ। ସେହି ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବା ବେଳେ ଆଜି ପୁଣି ଥରେ ଲାଞ୍ଚ ନେବା ବେଳେ ଧରାପଡ଼ି ଗିରଫ ହୋଇଛନ୍ତି। ଏହି ସରକାରୀ କର୍ମଚାରୀଙ୍କ ନାଁ କୈଳାସଚନ୍ଦ୍ର ବେହେରା। ସେ ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ସୋରଣ ଆରଆଇ ସର୍କଲର ସହକାରୀ ରାଜସ୍ୱ ନିରୀକ୍ଷକ (ଏଆରଆଇ) ଭାବେ ନିଯୁକ୍ତ ହୋଇଛନ୍ତି।

Advertisment

ସୋରଣର ଚିଲିକା ଆର୍ଦ୍ରଭୂମି ସଂରକ୍ଷଣର ଜଣେ କାର୍ଯ୍ୟକର୍ତ୍ତାଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି କୈଳାସ। ତାଙ୍କ ପୁଅ ସହିତ ଗାଁର ଆଉ କେତେ ଜଣ ଜମିହୀନ ଗ୍ରାମବାସୀଙ୍କୁ ବସୁନ୍ଧରା ଯୋଜନାରେ ଜମି ଯୋଗାଇ ଦେବାକୁ ସେମାନଙ୍କ ସପକ୍ଷରେ ରିପୋର୍ଟ ଦେବାକୁ ଏହି ଅର୍ଥ ନେଇଥିଲେ ଏଆରଆଇ କୈଳାସଚନ୍ଦ୍ର ବେହେରା।

ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହ କରି ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।

Advertisment

ସୂଚନାଯୋଗ୍ୟ, ୨୦୧୬ ମସିହାରେ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ଏଆରଆଇ କୈଳାସଚନ୍ଦ୍ର ବେହେରା। ଏହି ମାମଲା ବିଚାରାଧୀନ ରହିଛି।

Odisha Vigilance Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe