Advertisment

ସଶସ୍ତ୍ର ଡକାୟତି, ଘରେ ପଶି ନେଇ ଗଲେ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର

ଡକାୟତମାନେ ଏକ ବଡ଼ ଏଲ୍‌ଇଡି ଟିଭି ମଧ୍ୟ ନେଇ ପଳାଇଥିଲେ। ସେମାନେ ପବିତ୍ରଙ୍କ ଘରେ ରଖାଯାଇଥିବା ମିଠା ଖାଇବା ସହିତ ଚା’ ଦେବାକୁ ବାଧ୍ୟ କରିଥିଲେ।

Loot

Loot

Advertisment

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଟୁକୁଣା ଗାଁରେ ଗତକାଲି ରାତିରେ ଘଟିଛି ସଶସ୍ତ୍ର ଡକାୟତି। ୬ ଜଣ ଡକାୟତ ବନ୍ଧୁକ ମୁନରେ ଜଣଙ୍କ ଘରୁ ଲୁଟି ନେଇଛନ୍ତି ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଓ ରୁପା ଅଳଙ୍କାର।

Advertisment

ଗାଁର ପବିତ୍ର ଦାସଙ୍କ ଘରୁ ହୋଇଛି ଏହି ଲୁଟ୍। ସେ ଜଣେ ସୁନା ଦୋକାନୀ। ଛେନାପଦି ଛକରେ ତାଙ୍କର ଦୋକାନ ଅଛି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଡକାୟତମାନେ ଝରକାର ଗ୍ରୀଲ୍ ତାଡ଼ି ତାଙ୍କ ଘରେ ପଶି ଥିଲେ। ୪ ଜଣ ଡକାୟତ ଭିତରେ ପଶିଥିବା ବେଳେ ୨ ଜଣ ବାହାରେ ଥିଲେ।

ଡକାୟତମାନେ ପବିତ୍ର, ତାଙ୍କ ପତ୍ନୀ ଓ ପୁଅ ମୁଣ୍ଡରେ ବନ୍ଧୁକ ଓ ଭୁଜାଲି ରଖି ମାରି ଦେବାର ଧମକ ଦେଇ ଘରୁ ୨୦୦ ଗ୍ରାମର ସୁନା ଓ ୬ କିଲୋରୁ ଊର୍ଦ୍ଧ୍ୱ ରୁପା ଅଳଙ୍କାର ନେଇ ଯାଇଥିଲେ। ନିଜେ ପବିତ୍ର ଲକର ଖୋଲି ସେମାନଙ୍କୁ ସୁନା ଓ ରୁପା ଅଳଙ୍କାର ଦେବାକୁ ବାଧ୍ୟ ହୋଇଥିଲେ। ଡକାୟତମାନେ ପବିତ୍ରଙ୍କ ପତ୍ନୀ ପିନ୍ଧିଥିବା ସୁନା ଚେନ୍, ହାର ଓ କାନ ଫୁଲ ନେଇଯାଇଥିଲେ।

Advertisment

ଡକାୟତମାନେ ଏକ ବଡ଼ ଏଲ୍‌ଇଡି ଟିଭି ମଧ୍ୟ ନେଇ ପଳାଇଥିଲେ। ସେମାନେ ପବିତ୍ରଙ୍କ ଘରେ ରଖାଯାଇଥିବା ମିଠା ଖାଇବା ସହିତ ଚା’ ଦେବାକୁ ବାଧ୍ୟ କରିଥିଲେ। ଫେରାର ମାରିବା ବେଳେ ଡକାୟତମାନେ ପବିତ୍ରଙ୍କ ଘରର ମୁଖ୍ୟ ଦ୍ୱାରରେ ବାହାର ପଟୁ ତାଲା ପକାଇ ଦେଇଥିଲେ। ଆଜି ସକାଳେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି।

ଦେଢ଼ ବର୍ଷ ତଳେ ପବିତ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ନିସଙ୍ଗପୁର ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ୧୭ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ନେଇ ଯାଇଥିଲେ। ସେହି ଘଟଣାରେ ଚୋରମାନେ ଏଯାବତ ଧରାପଡ଼ି ନାହାନ୍ତି ବୋଲି ପବିତ୍ର କହିଛନ୍ତି।

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe