Advertisment

ସେନା ଅଧିକାରୀଙ୍କ ସହ ବାନ୍ଧବୀଙ୍କୁ ପ୍ରବଳ ପିଟିଲା ପୁଲିସ୍‌; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଗତ ଶନିବାର ରାତିରେ ମେଜର ଗୁରବଂଶ ସିଂହ ଏବଂ ତାଙ୍କ ବାନ୍ଧବୀ କାରରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ଅଟକାଇ ଦୁର୍ବ୍ୟବାହର କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
 Army Major Gurvansh Singh’

Army Major Gurvansh Singh’

ପୁଲିସ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ଜଣେ ସେନା ଅଧିକାରୀ। ପୁଲିସ ତାଙ୍କୁ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିସ୍ତୁକ ମାଡ଼ ମାରିବା ସହ ପ୍ରବଳ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।  ରାଜଧାନୀର ଭାରତପୁର ଥାନାରେ ଘଟିଛି ଏପରି ଅମାନବୀୟ କାଣ୍ଡ।

Advertisment

ଏହି ଘଟଣା ୩ ଦିନ ତଳେ ଘଟିଥିବା ବେଳେ ଏବେ ଗଣମାଧ୍ୟମର ଶିରୋନାମା ପାଲଟଛି। ସେନା ପକ୍ଷରୁ ଘଟଣା ସଂପର୍କରେ ଟ୍ୱିଟ୍‌ କରାଯିବା ପରେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ୱାଇ.ବି. ଖୁରାନିଆ। ଏଥିସହ  ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମେଜର ଗୁରୁବଂଶ ସିଂହଙ୍କ ବାନ୍ଧବୀଙ୍କ ନାଁରେ ହୋଇଥିବା ମାମଲା ପ୍ରତ୍ୟାହାର ହେବ ବୋଲି ଡିଜିପି କହିଛନ୍ତି।

ସେନା ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ଗତ ଶନିବାର ରାତିରେ ମେଜର ଗୁରବଂଶ ସିଂହ ଏବଂ ତାଙ୍କ ବାନ୍ଧବୀ କାରରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇ ଦୁର୍ବ୍ୟବାହର କରିଥିଲେ। ଏହାକୁ ନେଇ ସଂପୃକ୍ତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ। ତେବେ ସେଠାରେ ପୁଲିସ ଅଭିଯୋଗ ରଖିବା ବଦଳରେ ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲା। ଏଭଳିକି ସେନା ଅଧିକାରୀଙ୍କୁ ଲକ୍ଅପରେ ରାତିତମାମ ରଖିଥିବା ଅଭିଯୋଗରେ ଉଲ୍ଲେଖ ରହିଛି। 

Advertisment

ଏହାକୁ ତାଙ୍କ ବାନ୍ଧବୀ ପ୍ରତିବାଦ କରିବାରୁ ସେଠାରେ ଉପସ୍ଥିତ ଥିବା ପୁଲିସ ଅଧିକାରୀ ତାଙ୍କୁ ଅର୍ଦ୍ଧନଗ୍ନ କରି ପ୍ରବଳ ପିଟିଥିଲେ। ଯୁବତୀ ଜଣଙ୍କ ପୁଲିସ ମାଡ଼ରେ ଲହୁଲୁହାଣ ହୋଇଯାଇଥିବା ବେଳେ ପୁଲିସ ଗିରଫ କରି ମେଡିକାଲ ଚେକଅପ୍‌ ପାଇଁ ପଠାଇଥିଲା। ପ୍ରଥମେ ଘରୋଇ ହସ୍ପିଟାଲରେ ହୋଇଥିବା ପରୀକ୍ଷାରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ଜଣାପଡ଼ିଥିଲା। ତେବେ ପୁଲିସ ପୁଣି ଅଲଗା ମେଡିକାଲକୁ ଯାଇ ରିପୋର୍ଟ ବଦଳାଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦେଇଥିଲା। 

 ଘଟଣା ସଂପର୍କରେ ଖବର ପାଇ କିଛି ସେନା ଅଧିକାରୀ ଭରତପୁର ଥାନାରେ ପହଞ୍ଚି ପ୍ରତିବାଦ କରିଥିଲେ। ପରେ ପୁଲିସ ମେଜର ଗୁରୁବଂଶ ସିଂହଙ୍କୁ ଛାଡ଼ିଦେବାରୁ ସେନା ଅଧିକାରୀମାନେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। 

ତେବେ ଏହି ଘଟଣାକୁ ଗୁରୁତର ସହ ନେଇଛି ସେନା। ସେନାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ସୋଶାଲ ମିଡିଆରେ ଟ୍ୱିଟ୍ କରି ଏହାକୁ ଗୁରତର ସହ ନିଆଯାଇଥିବା କୁହାଯାଇଛି। ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷେ, ଭରତପୁର ଥାନା ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିବା ବେଳେ ପୁଲିସ ଓଲଟା ଅଭିଯୋଗ ଆଣିଛି। ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ପୁଲିସକୁ ଖରାପ ବ୍ୟବହାର କରିଥିଲେ ବୋଲି ଭୁବନେଶ୍ୱର ଅତିରିକ୍ତ ଡିସିପି ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି।

Odisha Police Bhubaneswar Army Jawan