PLFI ଟେରର ଲିଙ୍କ୍‌: ରେଡ ବେଳେ ମିଳିଲା ଆର୍ମି ୟୁନିଫର୍ମ ଓ ବିପୁଳି ପରିମାଣ ଗୁଳିଗୋଳା

ଝାରଖଣ୍ଡର ୧୯ଟି, ଦିଲ୍ଲୀର ଦୁଇଟି, ବିହାର ଓ ମଧ୍ୟପ୍ରଦେଶର ଗୋଟିଏ ଲେଖାଏ ସ୍ଥାନରେ ଏପରି ରେଡ ହୋଇଛି।

Representational image

  • Published: Friday, 15 December 2023
  • , Updated: 15 December 2023, 10:05 PM IST

ବ୍ୟାନ ହୋଇଥିବା ଝାରଖଣ୍ଡ ଭିତ୍ତିକ ପିପୁଲ୍ସ ଲିବେରେସନ ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଲଏଫଆଇ ଟେରର ଲିଙ୍କରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା ୪ ରାଜ୍ୟର ଏକାଧିକ ସ୍ଥାନରେ ରେଡ କରିଛି। ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ମାମଲାରେ ଏନଆଇଏ ରେଡ କରି ୨ ଜଣଙ୍କୁ ଗିରଫ କରିଛି। ସେହିପରି ଭାରତୀୟ ସେନାର ପୋଷାକ ଓ ବିପୁଳ ପରିମାଣର ଗୁଳିଗୋଳା ମଧ୍ୟ ଅଧିକାରୀମାନେ ଜବତ କରିଛନ୍ତି।

ଝାରଖଣ୍ଡ, ବିହାର, ମଧ୍ୟପ୍ରଦେଶ ଓ ଦିଲ୍ଲୀର ୨୩ଟି ସ୍ଥାନରେ ଆଜି ଏନଆଇଏର ଅଧିକାରୀମାନେ ଏକକାଳୀନ ରେଡ କରିଥିଲେ। ରେଡ ବେଳେ ପିଏଲଏଫଆଇ ସହ ଲିଙ୍କ ରଖିଥିବା ଲୋକଙ୍କ ଠିକଣାରୁ ବନ୍ଧୁକ, ଗୁଳିଗୋଳା, ଆପତ୍ତିଜନକ ଦସ୍ତାବିଜ, ବୈଦ୍ୟୁତିକ ଉପକରଣ, ନଗଦ ଟଙ୍କା ଓ ସୁନାରୁପା ଅଳଙ୍କାର ଠାବ ହୋଇଛି।

ରେଡ ବେଳେ ଗିରଫ ହୋଇଥିବା ଦୁଇ ଜଣ ପିଏଲଏଫଆଇର କ୍ୟାଡର୍ସ ଓ ସମର୍ଥକ ଭାବେ କାମ କରୁଥିଲେ। ପିଏଲଏଫଆଇ ବ୍ୟାନ ହୋଇଥିଲେ ମଧ୍ୟ ଭାରତରେ ହିଂସା ଓ ଆତଙ୍କବାଦ କାର୍ଯ୍ୟକଳାପ ସୃଷ୍ଟି କରିବାକୁ ଯୋଜନା ଲକ୍ଷ୍ୟ ରଖିଥିଲା।

ଝାରଖଣ୍ଡର ୧୯ଟି, ଦିଲ୍ଲୀର ଦୁଇଟି, ବିହାର ଓ ମଧ୍ୟପ୍ରଦେଶର ଗୋଟିଏ ଲେଖାଏ ସ୍ଥାନରେ ଏପରି ରେଡ ହୋଇଛି। ରେଡ ବେଳେ ବିହାରରୁ ରମଣ କୁମାର ସୋନୁ ଓ ଦିଲ୍ଲୀରୁ ନିଭେଶ କୁମାରଙ୍କୁ ଗିରଫ କରାଯାଇଛି। ଟେରର ଫାଇନାନ୍ସିଂ ମାମଲାରେ ଏମାନେ ଅଭିଯୁକ୍ତ ରହିଥିଲେ।

ରେଡ ବେଳେ ଦୁଇଟି ପିସ୍ତଲ, ୭ ରାଉଣ୍ଡ ୭.୮୬ ଏମଏମର ଗୁଳି, ନଗର ୩ ଲକ୍ଷ ଟଙ୍କା, ଆପତ୍ତିଜନକ ସାମଗ୍ରୀ, ମୋବାଇଲ ଫୋନ, ସିମ କାର୍ଡ, ପେନ ଡ୍ରାଇଭ, ଏକାଧିକ ଡାଏରୀ ଓ ଗୋଟିଏ ଦସ୍ତାବିଜ ଜବତ ହୋଇଛି। ଏହାବାଦ ବିପୁଳ ପରିମାଣର ସୁନାରୁପା ଅଳଙ୍କାର ଓ ଭାରତୀୟ ସେନାର ଗୋଟିଏ ହଳ ପୋଷାକ ମିଳିଛି।

ଏନଆଇଏ କହିଛି ପିଏଲଏଫଆଇ କ୍ୟାଡର୍ସମାନେ ଝାରଖଣ୍ଡ, ଓଡ଼ିଶା, ବିହାର ଓ ଛତିଶଗଡ଼ର କୋଲ ବ୍ୟବସାୟୀ, ରେଳବାଇ ଠିକାଦାର ଏବଂ ବ୍ୟବସାୟୀଙ୍କ ଠାରୁ ପାଣ୍ଠି ସଂଗ୍ରହ କରୁଥିଲେ। ପିଏଲଏଫଆଇ ପକ୍ଷରୁ ବିଭିନ୍ନ ପ୍ରକାରର ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲେ। ସୁରକ୍ଷାକର୍ମୀଙ୍କ ଉପରେ ହମଲା, ହତ୍ୟା, ପୋଡ଼ାଜଳା ଓ ଆଇଡି ବିସ୍ଫୋରଣ ଆଦି ଘଟଣା ଏମାନଙ୍କର ଲିଙ୍କ ରହିଥିବା ଏନଆଇଏ କହିଛି। 

Related story