Advertisment

ପୋଷ୍ୟ କନ୍ୟାକୁ ଯୌନ ନିର୍ଯାତନା ସହ ହତ୍ୟା କଲେ ସୁବେଦାର, ପତ୍ନୀ କରିଥିଲେ ସହାୟତା

ମଦୁରାଇ ପୁଲିସ୍‌ ଆଜି ସେନାରେ ସୁବେଦାର ଭାବେ କାମ କରୁଥିବା ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି।

stop Rape

stop Rape

Advertisment

ଜଣେ ସେନା କର୍ମଚାରୀ ଘଟାଇଛନ୍ତି ଜଘନ୍ୟ କାଣ୍ଡ। ସେ ଓ ତାଙ୍କ ପତ୍ନୀ ମିଳିତ ଭାବେ ନିଜର ୧୧ ବର୍ଷୀୟ ପୋଷ୍ୟ କନ୍ୟାଙ୍କୁ ଯୌନ ନିର୍ଯାତନା ଦେବା ସହ ହତ୍ୟା କରିଛନ୍ତି।

Advertisment

ଏଥିପାଇଁ ମଦୁରାଇ ପୁଲିସ୍‌ ଆଜି ସେନାରେ ସୁବେଦାର ଭାବେ କାମ କରୁଥିବା ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୁବେଦାରଙ୍କ ପତ୍ନୀ ହେଉଛନ୍ତି ୧୧ ବର୍ଷୀୟ ଝିଅର ମାଉସୀ। ଝିଅଟିର ମା’ ମରିଯିବା ପରେ ତାଙ୍କୁ ବାପା ପର କରି ଦେଇଥିଲେ। ଏଥିପାଇଁ ସୁବେଦାରଙ୍କ ପତ୍ନୀ ତାଙ୍କୁ ପିଲାଟି ବେଳୁ ତାଙ୍କ ଘରକୁ ନେଇ ଆସିଥିଲେ।

ତଦନ୍ତରୁ ଜଣାପଡ଼ିଛି ଯେ ସେନା କର୍ମଚାରୀ ଜଣଙ୍କ ଜମ୍ମୁ-କଶ୍ମୀରରେ ସୁବେଦାର ଭାବେ କାମ କରନ୍ତି। ଗତ ସପ୍ତାହରେ ସେ ମାସେ ଛୁଟି ନେଇ ମଦୁରାଇ ସ୍ଥିତ ଘରକୁ ଆସିଥିଲେ। ଘରେ ପହଞ୍ଚିବା ପରେ ନିଜ ପୋଷ୍ୟ କନ୍ୟାଙ୍କୁ ଯୌନ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏ ସମ୍ପର୍କରେ ଝିଅଟି ତାଙ୍କ ମାଉସୀ ଅର୍ଥାତ ସୁବେଦାରଙ୍କ ପତ୍ନୀଙ୍କୁ ଜଣାଇଥିଲେ। ହେଲେ ସେ ପୁଲିସ୍‌କୁ ନ ଜଣାଇ ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ।

Advertisment

ଝିଅଟି ବାରମ୍ବାର ଅଭିଯୋଗ କରିବାରୁ ସୁବେଦାର ତାଙ୍କୁ ତଣ୍ଟି ଚିପି ମାରି ଦେଇଥିଲେ। ଏଥିରେ ତାଙ୍କୁ ତାଙ୍କର ପତ୍ନୀ ସହଯୋଗ କରିଥିଲେ। ତେବେ ଘଟଣାକୁ ଭିନ୍ନ ରୂପ ଦେବା ପାଇଁ ସେମାନେ ମାର୍ଚ୍ଚ ୨୨ରେ ତାଙ୍କୁ ସରକାରୀ ହସ୍ପିଟାଲକୁ ନେଇଥିଲେ।

ସେଠାରେ ଉଭୟ ବେଶ ଭଲ ଭାବେ ଅଭିନୟ କରିବା ସହ ଝିଅ ହଠାତ୍‌ ଅଚେତ ହୋଇଯାଇଥିବା ଅବସ୍ଥାରେ ସେମାନେ ତାଙ୍କୁ ପାଇଥିବା ଡାକ୍ତରଙ୍କୁ କହିଥିଲେ। ହେଲେ ସେତେବେଳକୁ ଝିଅଟିର ମୃତ୍ୟୁ ହୋଇସାରିଥିଲା।

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଝିଅଟି ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ ଦମ୍ପତିଙ୍କୁ ଅଟକ ରଖି ଦୁଇ ଦିନ କାଳ ଜେରା କରିଥିଲା। ଶେଷରେ ସୁବେଦାର ଜଣଙ୍କ ତଣ୍ଟି ଚିପି ଝିଅଟିକୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।

ଝିଅଟି ଅତ୍ୟନ୍ତ ଛୋଟ ଥିବା ବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା। ଏହାପରେ ବାପା ତାଙ୍କ କଥା ବୁଝି ନଥିଲେ। ତେଣୁ ମାଉସୀ ଓ ତାଙ୍କ ସେନା ମଉସାଙ୍କ ପାଖରେ ସେ ରହିବା ସହ ବଡ଼ ହୋଇଥିଲେ। କିନ୍ତୁ ଶେଷରେ ସେହି ମଉସା ଓ ମାଉସୀ ତାଙ୍କୁ ହତ୍ୟା କରିଛନ୍ତି।

Indian Army Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe