Advertisment

ସଉକ ମେଣ୍ଟାଇବା ଲାଗି ଚୋରି କରୁଥିଲେ ଦାମୀ ବାଇକ୍; ବନ୍ଧାହେଲେ ଇଞ୍ଜିନିୟରିଂ ଛାତ୍ର

ଗତ କିଛି ମାସ ହେଲା କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ କ୍ରମାଗତ ମୋଟର ସାଇକଲ ଚୋରି ହେଉଥିଲା

ଅଦ୍ୟତନ ହୋଇଛି
Arrested

Arrested

Advertisment

ନିଜର ସଉକ ମେଣ୍ଟାଇବା ଲାଗି ଏବଂ ଷ୍ଟାଇଲ ମାରି ବୁଲିବା ଲାଗି ଚୋରି କରୁଥିଲେ ଦାମୀ ବାଇକ୍। ଧରାପଡ଼ିବନ୍ଧା ହେଲେ ୪ ଇଞ୍ଜିନିୟରିଂ ଛାତ୍ର ସହ ଜଣେ ଯୁବକ। କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି। ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

Advertisment

ଗତ କିଛି ମାସ ହେଲା କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ କ୍ରମାଗତ ମୋଟର ସାଇକଲ ଚୋରି ହେଉଥିଲା। ଯାହା ପୁଲିସର ମୁଣ୍ଡ ବିନ୍ଧାର କାରଣ ସାଝିଥିଲା। ଗତ ମାସ ୩୧ ତାରିଖରେ ତୁରୁମୁଙ୍ଗା ଡେଣୁଆଁ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଏକ ଦାମୀ ବାଇକ କେନ୍ଦୁଝର ମାଧପୁର ନିକଟରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ସହରର ମାଇନିଂ ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ଚଢାଉ କରିଥିଲା। ଭଡ଼ା ଘରୁ ୪ଟି ବାଇକ ଜବତ କରିବା ସହ ଏହି ଘଟଣାରେ ସଂପୃକ୍ତ ୪ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିଲା।

ଏହି ଛାତ୍ରମାନଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରିଥିଲା। ସେମାନଙ୍କୁ ବାଇକ ଚୋରି କରିବାରେ ରାଜିବ ଗୋପ ନାମକ ଯୁବକ ସାହାଯ୍ୟ କରୁଥିବା କହିଥିଲେ। ପୁଲିସ ରାଜିବ ଗୋପକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ଏହାର ଚେର କେତେ ବାଟ ଯାଏ ଲମ୍ବଛି ପୁଲିସ ତାର ଖୋଳତାଡ଼ ଆରମ୍ଭ କରିଛି।

Advertisment
Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe