Advertisment

ଲାଞ୍ଚ ନେଇ ଗିରଫ ଓଏଏସ୍ ଟପ୍ପରଙ୍କୁ ନିଲମ୍ବନ କଲେ ସରକାର

ଗତ ୧୨ ତାରିଖରେ ଓଏଏସ୍‌ ଟପ୍ପର ଅଶ୍ୱିନୀ ପଣ୍ଡାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

OAS Aswinee Panda

OAS Aswinee Panda

Advertisment

ଲାଞ୍ଚ ନେଇ ଗିରଫ ହୋଇଥିବା ୨୦୧୯ ବ୍ୟାଚ୍‌ର ଓଏଏସ୍ ଟପ୍ପର ତଥା ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ସରକାର। ଏନେଇ ସୋମବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

Advertisment

ଅଶ୍ୱିନୀ ପଣ୍ଡାଙ୍କୁ ଭିଜିଲାନ୍ସ ଗତ ୧୨ ତାରିଖରେ ଗିରଫ କରିଥିବା ବେଳେ ତାଙ୍କୁ ସେହିଦନଠାରୁ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧି ମଧ୍ୟରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ହେବ ତାଙ୍କର ହେଡ୍‌କ୍ୱାର୍ଟର୍ସ।

ଏକ ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ଡ୍ରାଇଭର ପ୍ରବୀଣ କୁମାରଙ୍କ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅଶ୍ୱିନୀ ପଣ୍ଡାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ଡ୍ରାଇଭର ପ୍ରବୀଣ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି।

Advertisment

ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ପଣ୍ଡାଙ୍କ ଘରେ ଖାନତଲାସୀ କରାଯାଇଥିଲା। ସେତେବେଳେ ଭିଜିଲାନ୍ସକୁ ମିଳିଥିଲା ନଗଦ ୪.୭ ଲକ୍ଷ ଟଙ୍କା।

୧୯୯୨ ମସିହାରେ ଜନ୍ମ ହୋଇଥିବା ଶ୍ରୀ ପଣ୍ଡା ୨୦୧୯ରେ ଓଡ଼ିଶା ସିଭିଲ ସର୍ଭିସେସ୍‌ରେ ଟପ୍ପର ହୋଇଥିଲେ। ଜଣେ ଟ୍ରେନିଂ ରିଜର୍ଭ ଅଫିସର (TRO) ଭାବେ ୨୦୨୧ ଡିସେମ୍ବର ୩୦ ତାରିଖରୁ ସରକାରୀ ଚାକିରି ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ କର୍ମକ୍ଷେତ୍ର ଥିଲା ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ।

୨୦୨୩ ଜୁନ୍‌ ମାସରେ ଶ୍ରୀ ପଣ୍ଡା ମୟୂରଭଞ୍ଜ ଜିଲ୍ଲା ଶାମଖୁଣ୍ଟାରେ ତହସିଲଦାର ଭାବେ ଯୋଗ ଦେଇଥିଲେ। ପରେ ୨୦୨୫ ଜୁଲାଇ ୧ ତାରିଖରେ ସେ ସମ୍ବଲପୁର ଜିଲ୍ଲା ବାମରାରେ ତହସିଲଦାର ଭାବେ ଯୋଗ ଦେଇଥିଲେ।

ଯାଜପୁର ଧର୍ମଶାଳାର ଅଶ୍ୱିନୀ ପଣ୍ଡା ଇଞ୍ଜିନିୟର୍ ଡିଗ୍ରୀ ହାସଲ କରିବା ପରେ ASO ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ୨୦୧୮ ମସିହା ASO ପରୀକ୍ଷାରେ ବିଫଳ ହେବା ପରେ ଏହା ପର ବର୍ଷ ୨୦୧୯ରେ ସେ OPSC ଟପ୍ପର କରିଥିଲେ, ଯାହା ସାରା ରାଜ୍ୟରେ ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe