Advertisment

ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା; ଗିରଫ ୭ ଅଭିଯୁକ୍ତଙ୍କୁ ମିଳିଲା ବେଲ୍‌

ରାଜଧାନୀ ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ମାମଲାରେ ଗିରଫ ହୋଇଥିବା ୭ ରୋଡ୍ ରୋମିଓଙ୍କୁ ମିଳିଗଲା ବେଲ୍‌ । ଗିରଫଦାରୀର ମାତ୍ର ୪ ଘଣ୍ଟା ଭିତରେ ସେମାନଙ୍କ ବେଲ୍ ମଞ୍ଜୁର ହୋଇଗଲା ।

Arrest

Arrest

Advertisment

ରାଜଧାନୀ ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ମାମଲାରେ ଗିରଫ ହୋଇଥିବା ୭ ରୋଡ୍ ରୋମିଓଙ୍କୁ ମିଳିଗଲା ବେଲ୍‌ । ଗିରଫଦାରୀର ମାତ୍ର ୪ ଘଣ୍ଟା ଭିତରେ ସେମାନଙ୍କ ବେଲ୍ ମଞ୍ଜୁର ହୋଇଗଲା । ଗତ ୧୫ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଯାଉଥିବା ବେଳେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଗିରଫ ୭ ଅଭିଯୁକ୍ତ। ଏହାକୁ ନେଇ ଆରମ୍ଭ ହୋଇଥିଲା ମହାଭାରତ ।

Advertisment

ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ସମଗ୍ର ରାଜ୍ୟ ଏବେ ହୁଲସ୍ଥୁଲ ହେଉଥିବା ବେଳେ ରାଜରାସ୍ତାକୁ ଓହ୍ଲାଉଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ । ଅଭିଯୁକ୍ତଙ୍କ ବିରୋଧରେ ସେମାନେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ବେଳେ ରାଜ୍ୟ ସରକାର କିନ୍ତୁ କେବଳ ଆଇଆଇସିଙ୍କ ସମେତ ୫ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। 

ଭାରତୀୟ ସେନା ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ନିଜଆଡ଼ୁ ମାମଲା ରୁଜୁ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିସାରିଛି । ଏହାସହିତ ପୁଲିସ ଡିଜିଙ୍କୁ ମଧ୍ୟ ଚିଠି ଲେଖି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଜାତୀୟ ମହିଳା କମିଶନ ମଧ୍ୟ ପୁଲିସ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି ।

Advertisment

ଅପରପକ୍ଷେ, ନିଲମ୍ବିତ ୫ ପୋଲିସ କର୍ମଚାରୀଙ୍କ ସପକ୍ଷରେ ବାହାରିଛି ଓଡ଼ିଶା ପୁଲିସ ଅଫିସର୍ସ ସଂଘ। କମିଶନରେଟ ପୁଲିସର ବରିଷ୍ଠ ଏସିପି, ଇନ୍ସପେକ୍ଟର, ସବଇନ୍ସପେକ୍ଟରଙ୍କଠୁ ଆରମ୍ଭ କରି ଶତାଧିକ ପୁଲିସ ଅଫିସର ଗତକାଲି ଭୁବନେଶ୍ୱରର ରିଜର୍ଭ ପଡ଼ିଆଠାରେ ଏକଜୁଟ ହୋଇ ନିଜ ଫୋର୍ସର ମୁଖ୍ୟ(ପୁଲିସ ଡିଜି)ଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । ଏହି ଘଟଣା ଆରମ୍ଭରୁ  ଭରତପୁର ଥାନା ଅଫିସର ଓ କର୍ମଚାରୀଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଆସୁଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ପୁଲିସ କମିଶନର ସଞ୍ଜିବ ପଣ୍ଡାଙ୍କ ଭୂମିକା ସନ୍ଦେହଘେରରେ  ରହିଛି ।

କଂଗ୍ରେସ, ବିଜେଡି ଓ ଅନ୍ୟ ରାଜନୀତିକ ଦଳଗୁଡ଼ିକ ମଧ୍ୟ ଏହି ଘଟଣାରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ପୁଲିସର ବର୍ବରକାଣ୍ଡକୁ ନିନ୍ଦା କରି ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି ।

କ୍ରାଇମବ୍ରାଞ୍ଚ ଏବେ ଏହି ମାମଲାର ତଦନ୍ତ କରୁଥିବା ବେଳେ ୫ ନିଲମ୍ବିତ ପୁଲିସ୍ କର୍ମଚାରୀଙ୍କୁ ଖାଲି ଘନ ଘନ ଜେରା କରୁଛି । ସେହିପରି ୧୨୦ ବାଟାଲିୟନ ଭିତରେ ଗୁରୁବଂଶ ଏବଂ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ ପରେ ରିପୋର୍ଟକୁ ନେଇ କ୍ରାଇମବ୍ରାଞ୍ଚ ସାଇବର୍ ସେଲରେ ତର୍ଜମା କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଜାରି ରହିଛି ଓ ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱସ୍ତ କରିବା ସହ ସରକାର ୫ଜଣ ପୁଲିସ ଅଫିସରଙ୍କୁ ନିଲମ୍ବନ କରିଥିବା କହିଛନ୍ତି । ମାତ୍ର ଏହି ଘଟଣାକୁ ୭ ଦିନ ପୂରିବାକୁ ବସିଥିବା ବେଳେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କ’ଣ ଓ କେବେ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର।

Odisha Police Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe