Advertisment

ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଠକେଇ: ପ୍ରୀତି ଭାଟ୍ଟିଆଙ୍କୁ ଜାମିନ୍

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା ମୁମ୍ୱାଇର ମଡେଲ୍ ପ୍ରୀତି ଭାଟ୍ଟିଆଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ଠକେଇ ମାମଲାରେ ପ୍ରୀତି ସିବିଆଇ ଦ୍ୱାରା ଗିରଫ ହୋଇ ୨୦୧୪ ମସିହା ‌ଅକ୍ଟୋବର ମାସରୁ ଝାରପଡ଼ା ଜେଲରେ ଅଛନ୍ତି। ପୂର୍ବରୁ ପ୍ରୀତି ଭାଟ୍ଟିଆଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତେବେ ପରେ ପ୍ରୀତି ସୁପ୍ରିମକୋର୍ଟ ଯାଇଥିଲେ। ପ୍ରିଜମ୍ ହାଇଟ୍ ଏଣ୍ଟରଟେନମେଣ୍ଟ୍ ସଂସ୍ଥା ଜରିଆରେ ପ୍ରୀତିଙ୍କ ମାଧ୍ୟମରେ ଅର୍ଥତତ୍ତ୍ୱ ମୁଖ୍ୟ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଠକେଇ: ପ୍ରୀତି ଭାଟ୍ଟିଆଙ୍କୁ ଜାମିନ୍

preeti

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା ମୁମ୍ୱାଇର ମଡେଲ୍ ପ୍ରୀତି ଭାଟ୍ଟିଆଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ଠକେଇ ମାମଲାରେ ପ୍ରୀତି ସିବିଆଇ ଦ୍ୱାରା ଗିରଫ ହୋଇ ୨୦୧୪ ମସିହା ‌ଅକ୍ଟୋବର ମାସରୁ ଝାରପଡ଼ା ଜେଲରେ ଅଛନ୍ତି। ପୂର୍ବରୁ ପ୍ରୀତି ଭାଟ୍ଟିଆଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତେବେ ପରେ ପ୍ରୀତି ସୁପ୍ରିମକୋର୍ଟ ଯାଇଥିଲେ। ପ୍ରିଜମ୍ ହାଇଟ୍ ଏଣ୍ଟରଟେନମେଣ୍ଟ୍ ସଂସ୍ଥା ଜରିଆରେ ପ୍ରୀତିଙ୍କ ମାଧ୍ୟମରେ ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀ ଫିଲ୍ମ ନିର୍ମାଣ କ୍ଷେତ୍ରରେ କୋଟି କୋଟି ଟଙ୍କା ଲଗାଇଥିବା ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ, ପ୍ରୀତିଙ୍କ ଭଉଣୀ ଇନ୍ଦୁ ଦିୱାନ ମଧ୍ୟ ଏମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି।

Advertisment