Advertisment

ସାଙ୍ଗର ଝିଅକୁ ମାସ ମାସ ଧରି ଦୁଷ୍କର୍ମ ମାମଲା, ନିଲମ୍ବିତ ହେଲେ ସରକାରୀ ବାବୁ

ସାଙ୍ଗର ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରିଥିବା ସରକାରୀ ବାବୁଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ। ତୁରନ୍ତ ସମ୍ପୃକ୍ତ ଅଫିସରକୁ କାର୍ଯ୍ୟରୁ ବହିଷ୍କୃତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

author-image
Debibandita Barick
ଅଦ୍ୟତନ ହୋଇଛି
Accused Delhi CWC Official

Accused Delhi CWC Official

ସାଙ୍ଗର ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରିଥିବା ସରକାରୀ ଚାକିରିଆଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନେଲେ ଦିଲ୍ଲୀ ସରକାର। ତୁରନ୍ତ ସମ୍ପୃକ୍ତ ଅଫିସରକୁ କାର୍ଯ୍ୟରୁ ବହିଷ୍କୃତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଥିସହ ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ ପାଇଁ ତାଙ୍କ ବାସ ଭବନରେ ପହଞ୍ଚିଛି ପୁଲିସ।

Advertisment

ଅଭିଯୁକ୍ତ ସରକାରୀ କର୍ମଚୀଙ୍କ ପତ୍ନୀଙ୍କ ବିରୁଦ୍ଧରେ ମଧ୍ୟ ପକ୍ସୋ ଆଇନ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି। କାରଣ ପୀଡିତାଙ୍କ ଗର୍ଭପାତ କରାଇବା ପାଇଁ ଅଭିଯୁକ୍ତଙ୍କ ପତ୍ନୀ ମେଡିସିନ୍ ଦେଉଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଦିଲ୍ଲୀ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ଅଧିକାରୀ। ତାଙ୍କ ସାଙ୍ଗର ମୃତ୍ୟୁ ଘଟିବା ପରେ ସାଙ୍ଗର ଝିଅକୁ ନିଜ ଘରକୁ ନେଇ ଆସିଥିଲେ। କିନ୍ତୁ ଲାଳନ ପାଳନ କରିବା ପରିବର୍ତ୍ତେ ତା' ସହ ଘଟାଉଥିଲେ ପିଶାଚ କାଣ୍ଡ। ଏଥିରେ ସାଥ୍ ଦେଉଥିଲେ ତାଙ୍କ ପତ୍ନୀ।

ନବମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ଜଣକ ଅଧିକାରୀଙ୍କ ଘରେ ନଭେମ୍ବର 2020ରୁ ଜାନୁଆରୀ 2021 ପର୍ଯ୍ୟନ୍ତ ରହିଥିଲେ। ଏହି ସମୟରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ଅଭିଯୁକ୍ତ ସରକାରୀ କର୍ମଚାରୀ। ନାବାଳିକା ଜଣକ ମଧ୍ୟ ଥରେ ଗର୍ଭବତୀ ହୋଇଥିଲେ। ଅଧିକାରୀଙ୍କ ପତ୍ନୀ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ଆଲୋଡନ ଖେଳି ଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସମ୍ପୃକ୍ତ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। 

Advertisment
Arvind Kejriwal Crime News Delhi Officer Rape News