Advertisment

ଅସ୍ତରଙ୍ଗରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ଘଟଣା: ହତ୍ୟାକାଣ୍ଡରେ ପରିବାର ସଦସ୍ୟଙ୍କ ସଂପୃକ୍ତି ସନ୍ଦେହ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦିନାଡିଆଁ ଗାଁରେ ଗୋଟିଏ ପରିବାରର ୪ଜଣ ଜଣଙ୍କୁ ହତ୍ୟା ଘଟଣାରେ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଏବଂ  ହତ୍ୟାକାରୀ ଏହି ପରିବାର ସହିତ ପୂର୍ବରୁ ପରିଚିତ ବୋଲି ଅନୁମାନ କରୁଛି କ୍ରାଇମବ୍ରାଞ୍ଚ୍। ଲୁଟ ପାଇଁ ଏହି ହତ୍ୟାକାଣ୍ଡ କରାଯାଇ ନଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ କେତେ ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା ସେ ସମ୍ପର୍କରେ […]

ଅଦ୍ୟତନ ହୋଇଛି
ଅସ୍ତରଙ୍ଗରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ଘଟଣା: ହତ୍ୟାକାଣ୍ଡରେ ପରିବାର ସଦସ୍ୟଙ୍କ ସଂପୃକ୍ତି ସନ୍ଦେହ

puri

Advertisment

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦିନାଡିଆଁ ଗାଁରେ ଗୋଟିଏ ପରିବାରର ୪ଜଣ ଜଣଙ୍କୁ ହତ୍ୟା ଘଟଣାରେ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଏବଂ  ହତ୍ୟାକାରୀ ଏହି ପରିବାର ସହିତ ପୂର୍ବରୁ ପରିଚିତ ବୋଲି ଅନୁମାନ କରୁଛି କ୍ରାଇମବ୍ରାଞ୍ଚ୍। ଲୁଟ ପାଇଁ ଏହି ହତ୍ୟାକାଣ୍ଡ କରାଯାଇ ନଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ କେତେ ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା ସେ ସମ୍ପର୍କରେ ଜଣାପଡ଼ିବ ବୋଲି କ୍ରାଇମବ୍ରାଞ୍ଚ୍ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲିଠୁ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଏସପି ରମେଶ ବେହେରା ଓ କ୍ରାଇମବ୍ରାଞ୍ଚ ଆଡିସିନାଲ୍ ଏସପି ଆରକେ ସୁଆର, ଷ୍ଟେଟ୍ ଫରେନସିକ୍ ଲ୍ୟାବର ଡିଏନ୍ଏ ଡିଭିଜନ୍ ଆସିଷ୍ଟାଣ୍ଟ ଡାଇରେକ୍ଟର ଅରୁଣ କୁମାର ସ୍ୱାଇଁଙ୍କ ସମେତ ୮ଜଣିଆ ଟିମ୍ ଛାନଭିନ୍ କରୁଛି। ସେପଟେ କ୍ରାଇମବ୍ରାଞ୍ଚ ଟିମ କାକଟପୁର ଓ ଅସ୍ତରଙ୍ଗ ଥାନାରୁ ମଧ୍ୟ ତଥ୍ୟ ସଂଗ୍ରହ କରିଛି। ଦିନାଡିଆଁ ଗାଁର ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକ ତାଙ୍କ ପତ୍ନୀ ନିର୍ମଳା ଓ ୪ ଏବଂ ୧୧ବର୍ଷର ଦୁଇ ଛୋଟ ଝିଅଙ୍କର ଗଳାକଟା ଯାଇଥିବା ଅବସ୍ଥାରେ ମଙ୍ଗଳବାର ସଂଧ୍ୟାରେ ମୃତଦେହ ଉଦ୍ଧାର କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe