Advertisment

ସିମ୍‌ବକ୍ସର ମାୟା ଜାଲ; ଡିସେମ୍ବରରେ ଆଶାଦ୍ଦୁର ବାଂଲାଦେଶରୁ କଟକ ଆସିଥିଲା

କମିଶନରେଟ୍‌ ପୁଲିସ୍‌ର ତଥ୍ୟ ଅନୁସାରେ ଆଶାଦ୍ଦୁର ଅଗରତାଲା ଦେଇ ଗତ ଅକ୍ଟୋବରରେ ଭାରତ ଆସିଥିଲା। ଆଶାଦ୍ଦୁର ଜମାନର ଭିସା ୨୦୨୪ ଅକ୍ଟୋବର ୨୪ ପର୍ଯ୍ୟନ୍ତ ବୈଧ ରହିଥିଲା।

Sim Box

Sim Box

Advertisment

କଟକରୁ ସିମ୍ ବକ୍ସ ଜବତ ପରେ କମିଶନରେଟ୍ ପୁଲିସର ସାଂଘାତିକ ତଥ୍ୟ। ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ ମଧୁପାଟଣା ଭଡ଼ା ଘରେ ରହୁଥିଲା। ଲୁଗା ବ୍ୟବସାୟ କରିବାକୁ କହି ଭଡ଼ା ନେଇଥିଲା ଘର। ଫୋନ ପେ’ ମାଧ୍ୟମରେ ମାସିକ ୮ ହଜାର ଟଙ୍କା ଭଡ଼ା ଦେଉଥିଲା। ଡିସେମ୍ବରରେ ବାଂଲାଦେଶର ଆଶାଦ୍ଦୁର ଜମାନ କଟକ ଆସିଥିଲା। ରାଜୁ ନେଇଥିବା ଭଡ଼ା ଘରେ ସିମ୍‌ ବକ୍ସ ଲଗାଇଥିଲା ଆଶାଦ୍ଦୁର। ଆଜି ଏପରି ତଥ୍ୟ ଦେଇଛି କମିଶନରେଟ୍‌ ପୁଲିସ୍‌।

Advertisment

କମିଶନରେଟ୍‌ ପୁଲିସ୍‌ର ତଥ୍ୟ ଅନୁସାରେ ଆଶାଦ୍ଦୁର ଅଗରତାଲା ଦେଇ ଗତ ଅକ୍ଟୋବରରେ ଭାରତ ଆସିଥିଲା। ଆଶାଦ୍ଦୁର ଜମାନର ଭିସା ୨୦୨୪ ଅକ୍ଟୋବର ୨୪ ପର୍ଯ୍ୟନ୍ତ ବୈଧ ରହିଥିଲା। କଟକ ରାଜେନ୍ଦ୍ରନଗର ଭଡ଼ାଘରୁ ୫ଟି ସିମ୍ ବକ୍ସ ଜବତ ହୋଇଛି। ୨୩୬ଟି ଆକ୍ଟିଭ୍‌ ସିମ୍‌ ସମେତ ୫୪୬ଟି ସିମ୍‌ ଜବତ ହୋଇଥିବା ପୁଲିସ୍‌ କହିଛି।

ସୂଚନାରୁ ପ୍ରକାଶ, ଦୁଇ ଦିନ ତଳେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ କେଶୁରା ଅଞ୍ଚଳରୁ ଏକ ସିମ୍‌ ବକ୍ସ ଜବତ କରିଥିଲା। ଏହି ଅଭିଯୋଗରେ ପୁଲିସ୍‌ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ରାଜୁ ମଣ୍ଡଳକୁ ଗିରଫ କରିଥିଲା। ତେବେ ଏହି ରାକେଟ୍‌ର ମାଷ୍ଟରମାଇଣ୍ଡ ବାଂଲାଦେଶର ଆଶାଦ୍ଦୁର ଜମାନ ବୋଲି ଜାଣିବାକୁ ପାଇଥିଲା ପୁଲିସ୍‌। ତଥାପି ଏହି ମାମଲାର ଅଧିକ ଖୋଳତାଡ କରିବା ପାଇଁ ରାଜୁକୁ ପୁଲିସ୍‌ ରିମାଣ୍ଡରେ ନେଇଥିଲା। ଆଜି ଦିନ ତମାମ ଜେରା କରିଥିଲା। ଜେରା ବେଳେ କଟକ ଲିଙ୍କ ମିଳିଥିଲା। ତା’ପରେ ପୁଲିସ୍‌ ରାଜୁକୁ ଧରି କଟକ ରାଜେନ୍ଦ୍ର ନଗରରେ ପହଞ୍ଚିଥିଲା। ଆଉ ସେହି ଭଡ଼ା ଘରୁ ୫ଟି ସିମ୍ ବକ୍ସ ଜବତ କରିଥିଲା। ସିମ୍‌ବକ୍ସରେ ୨୩୬ଟି ଆକ୍ଟିଭ୍ ସିମ୍ ସମେତ ୫୪୬ଟି ସିମ୍ ଥିଲା।

Advertisment

ସିମ୍‌ବକ୍ସରେ ଖଞ୍ଜା ଯାଇଥିବା ସିମ୍‌ ଗୁଡ଼ିକ ବିଭିନ୍ନ ନେଟୱର୍କ କମ୍ପାନୀର। କେଉଁ ମେସିନରେ ଲେଖାଯାଇଛି ରିହାଜ ତ ଆଉ କେଉଁ କେଉଁଠିରେ ରହିଛି ୯୦ରୁ ୯୫ ଯାଏଁ ନମ୍ବର। ଏସବୁ ବିଭିନ୍ନ ଦେଶର ISD CODE ନୁହେଁ ତ ? ଯଦି ହଁ, ତେବେ ପାକିସ୍ତାନ, ଆଫଗାନିସ୍ତାନ, ତୁର୍କୀ ଏବଂ ମିଆଁମାର ଭଳି ଦେଶ ସହ ଜାରି ରହିଥିଲା କି ଗୁପ୍ତ ଟେଲିଫୋନିକ୍ କଲ୍ ? କାହିଁକି, କାହା ପାଇଁ ଏବଂ କେତେଦିନ ଧରି କଟକରେ ସିମବକ୍ସ ସ୍ଥାପନ କରିଥିଲା ରାଜୁ ମଣ୍ଡଳ? ପୁଲିସ ଏହି ସିମବକ୍ସକୁ ସିଜ୍ କରି ରାଜୁଠାରୁ ସତ ଉଗାରୁଛି।

ସେପଟେ ଡିସିପିଙ୍କ ସୂଚନା ଅନୁସାରେ, ବାଂଲାଦେଶ ସୀମାରେ ଥିବା କିଛି ଦୋକାନରେ ହୱାଲା ଚାଲୁଥିଲା। କ୍ୟାସ ଆକାରରେ ଟ୍ରାଂଜାକ୍ସନ ହୋଇଥିଲା। ହୱାଲା ଜରିଆରେ ବାଂଲାଦେଶରୁ ଭୁବନେଶ୍ୱରକୁ ଟଙ୍କା ଆସିଛି। ବାଂଲାଦେଶରୁ ଲୋକ ଆସି ଟୁଇନସିଟିରେ ଅତି ଚତୁରତାର ସହ ସେଟ ଅପ କରୁଥିଲେ। ତେଣୁ ପଶ୍ଚିମବଙ୍ଗ ପୁଲିସ ସହାୟତା ନେଇ ଏହି ସିଣ୍ଡିକେଟର ଖୁଲାସା କରାଯିବ। ଆବଶ୍ୟକ ସ୍ଥଳେ NIA ଓ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି ଡିସିପି କହିଛନ୍ତି।

Cuttack Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe