Advertisment

ଅସ୍ତରଙ୍ଗରେ ୪ଜଣଙ୍କ ହତ୍ୟା ଘଟଣା: ଏକାଧିକଙ୍କ ସମ୍ପୃକ୍ତି, ୩ଜଣଙ୍କୁ ପଚରାଉଚରା କରୁଛି ପୋଲିସ

ପୁରୀ:  ଅସ୍ତରଙ୍ଗ ଦିନାଡିଆରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ପଛରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି । ଚାରିଛକ ଡାକ୍ତରଖାନାରେ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏପରି କି ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ ଅତି ବିଭତ୍ସ ଭାବେ କରାଯାଇଥିବା ସ୍ପଷ୍ଟ ହୋଇଛି। ସେପଟେ ମୃତକଙ୍କ ତିନିଜଣ ସମ୍ପର୍କୀୟଙ୍କୁ ଆଜି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଡକାଯାଇ ପଚରାଉଚରା ଚାଲିଛି। ଏବେ ବି ରହସ୍ୟ ଘେରରେ ରହିଛି ଦିନାଡିଆ ହତ୍ୟାକାଣ୍ଡ। କେତେ ଭୟଙ୍କର ଥିଲା ଦୀନବନ୍ଧୁଙ୍କ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅସ୍ତରଙ୍ଗରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ଘଟଣା: ହତ୍ୟାକାଣ୍ଡରେ ପରିବାର ସଦସ୍ୟଙ୍କ ସଂପୃକ୍ତି ସନ୍ଦେହ

puri

ପୁରୀ:  ଅସ୍ତରଙ୍ଗ ଦିନାଡିଆରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ପଛରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି । ଚାରିଛକ ଡାକ୍ତରଖାନାରେ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏପରି କି ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ ଅତି ବିଭତ୍ସ ଭାବେ କରାଯାଇଥିବା ସ୍ପଷ୍ଟ ହୋଇଛି। ସେପଟେ ମୃତକଙ୍କ ତିନିଜଣ ସମ୍ପର୍କୀୟଙ୍କୁ ଆଜି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଡକାଯାଇ ପଚରାଉଚରା ଚାଲିଛି।

Advertisment

ଏବେ ବି ରହସ୍ୟ ଘେରରେ ରହିଛି ଦିନାଡିଆ ହତ୍ୟାକାଣ୍ଡ। କେତେ ଭୟଙ୍କର ଥିଲା ଦୀନବନ୍ଧୁଙ୍କ ପରିବାର ପାଇଁ ସେଦିନର ରାତି। ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି, ଏ ଘଟଣାରେ ଜଣେ ନୁହେଁ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି। କାରଣ ମୃତକଙ୍କ ମଧ୍ୟରୁ ଦୀନବନ୍ଧୁ ଓ ତାଙ୍କ ଦୁଇ ଝିଅଙ୍କ ବେକକୁ କଟାଯିବା ସହ ପତ୍ନୀ ନିର୍ମଳାଙ୍କ ଛାତିକୁ ଧାରୁଆ ଅସ୍ତ୍ରରେ ବାରମ୍ୱାର ଆଘାତ କରାଯାଇଛି। ଏପରି କି ଦୁଇ ଛୋଟ ଝିଅଙ୍କ ଦେହରେ ୮ରୁ ୧୧ଟି କ୍ଷତ ଚିହ୍ନ ଥିବା ଓ ଅତ୍ୟଧିକ ରକ୍ତସ୍ରାବ କାରଣରୁ ସମସ୍ତଙ୍କର ଆକ୍ରମଣର ୫ରୁ ୬ମିନିଟ୍ ମଧ୍ୟରେ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେଣୁ ଚାରି ଚାରି ଜଣଙ୍କୁ ଏଭଳି ହତ୍ୟା ଜଣଙ୍କ ଦ୍ୱାରା ସମ୍ଭବ ନୁହେଁ ବୋଲି ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ବିନୟ କୁମାର ପଣ୍ଡା କହିଛନ୍ତି ।

ଏପଟେ ହତ୍ୟାକାଣ୍ଡର ରହସ୍ୟ ଖୋଲିବାକୁ ଉଦ୍ୟମ ଜାରି ରଖିଛି କ୍ରାଇମବ୍ରାଞ୍ଚ । ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ପଛରେ ଦୀନବନ୍ଧୁଙ୍କ ଅତି ନିକଟ ସମ୍ପର୍କୀୟଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। ଏହି କାରଣରୁ ଆଜି ଦୀନବନ୍ଧୁଙ୍କ ଭାଇ ଓ ଦୁଇ ପୁତୁରାଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଡକାଇ ଜେରା ଚଳାଇଛି। ଗତକାଲି ମଧ୍ୟ ଦୀନବନ୍ଧୁଙ୍କ ଗାଁକୁ ଯାଇ ଘଟଣାସ୍ଥଳ ଛାନଭିନ୍ନ କରିବା ସହ କ୍ରାଇମବ୍ରାଞ୍ଚ ଟିମ୍ ଏହି ତିନିଜଣଙ୍କୁ ପଚରାଉଚରା କରିଥିଲା। ତେବେ ଘଟଣାରେ ତାଙ୍କ ପରିବାର କ୍ରାଇମବ୍ରାଞ୍ଚଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ଦୀନବନ୍ଧୁଙ୍କ ଭାଇବୋହୂ ଲୋଚନ ମଲ୍ଲିକ । ମଙ୍ଗଳବାର ସନ୍ଧ୍ୟାରେ ଦୀନବନ୍ଧୁଙ୍କ ଘରୁ ସେ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ହତ୍ୟାକାଣ୍ଡ ସୋମବାର ରାତିରେ ଘଟିଥିବା ପୋଲିସ ଅନୁମାନ କରୁଛି

Advertisment