Advertisment

ଏଏସ୍‌ଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରା ନିଲମ୍ବିତ

ଗତ ୯ ତାରିଖ ସକାଳେ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ ଆଠଗଡ଼ ଥାନା ହାଜତରୁ ଫେରାର ହୋଇଯାଇଥିଲେ।

Asi and Constable

Asi and Constable

Advertisment

କଟକ ଜିଲ୍ଲା ଆଠଗଡ଼ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି। କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଏହି ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

Advertisment

ଅଗଷ୍ଟ ୯ ତାରିଖରେ ଆଠଗଡ଼ ଥାନା ଅମୃତମଣୋହୀପାଟଣା ଗାଁରେ ରାଜନୀତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବୋମାମାଡ଼ କରିବା ସହିତ ପରସ୍ପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ଥିବା ବିରଞ୍ଚି ମନ୍ତ୍ରୀ ଫେରାର ହୋଇଯାଇଥିଲେ। ଗତ ୮ ତାରିଖରେ ସେ ତାଙ୍କ ଘରକୁ ଆସିଥିବା ନେଇ କୌଣସି ସୂତ୍ରରୁ ଆଠଗଡ଼ ଥାନା ପୁଲିସ ଖବର ପାଇଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କୁ ପୁଲିସ ଘରୁ ଉଠାଇ ଆଣିଥିଲା ଓ ଥାନା ହାଜତରେ ରଖିଥିଲା।

ଗତ ୯ ତାରିଖ ସକାଳେ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ ଆଠଗଡ଼ ଥାନା ହାଜତରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି।

Advertisment
Odisha Police Police ASI Constable
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe