ଲାଞ୍ଚ ନେବା ବେଳର ଭିଡିଓ ଭାଇରାଲ ହେବା ପରେ ବିଶୋଇ ଥାନା ଏଏସ୍ଆଇ ଅବଦୁଲ ମତଲବୀ ଖାନଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍ପି।
କୌଣସି ଏକ ମାମଲାରେ ବିଶୋଇ ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ନାଁ ଏଫଆଇଆରରୁ କାଟିବା ପାଇଁ ଲାଞ୍ଚ ନେଇଥିଲେ ଏଏସ୍ଆଇ ଅବଦୁଲ ମତଲବୀ ଖାନ। ଆଉ ସେହି ସମୟରେ କେହି ମୋବାଇଲ ଫୋନ୍ରେ ଭିଡିଓ ଉତ୍ତୋଳନ କରି ଦେଇଥିଲେ। ପରେ ସେହି ଭିଡିଓଟି ଭାଇରାଲ ହୋଇଥିଲା।
ଏଏସ୍ଆଇ ଅବଦୁଲ ମତଲବୀ ଖାନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୟୁରଭଞ୍ଜ ଏସପି।
ମୟୂରଭଞ୍ଜର ବିଷୋୟୀ ଥାନା ASI ସସ୍ପେଣ୍ଡ । ASI ଅବଦୁଲ ମତଲବି ଖାନ୍ଙ୍କୁ ସସପେଣ୍ଡ କଲେ ଏସପି । ଲାଞ୍ଚ ନେବା ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ । #Odisha #Mayurbhanj pic.twitter.com/QV4VLj3IJF
— Odisha Reporter (@OdishaReporter) September 14, 2023
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।