Advertisment

ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍‌, ଏଏସଆଇ ନିଲମ୍ବିତ

ଏଏସ୍‌ଆଇ ଅବଦୁଲ ମତଲବୀ ଖାନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୟୁରଭଞ୍ଜ ଏସପି।

ଅଦ୍ୟତନ ହୋଇଛି
ASI

ASI

Advertisment

ଲାଞ୍ଚ ନେବା ବେଳର ଭିଡିଓ ଭାଇରାଲ ହେବା ପରେ ବିଶୋଇ ଥାନା ଏଏସ୍‌ଆଇ ଅବଦୁଲ ମତଲବୀ ଖାନଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍‌ପି।

Advertisment

କୌଣସି ଏକ ମାମଲାରେ ବିଶୋଇ ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ନାଁ ଏଫଆଇଆରରୁ କାଟିବା ପାଇଁ ଲାଞ୍ଚ ନେଇଥିଲେ ଏଏସ୍‌ଆଇ ଅବଦୁଲ ମତଲବୀ ଖାନ। ଆଉ ସେହି ସମୟରେ କେହି ମୋବାଇଲ ଫୋନ୍‌ରେ ଭିଡିଓ ଉତ୍ତୋଳନ କରି ଦେଇଥିଲେ। ପରେ ସେହି ଭିଡିଓଟି ଭାଇରାଲ ହୋଇଥିଲା।

ଏଏସ୍‌ଆଇ ଅବଦୁଲ ମତଲବୀ ଖାନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୟୁରଭଞ୍ଜ ଏସପି।

Advertisment

Bribe Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe