ଆଶୀର୍ବାଦଙ୍କ ବାସଭବନରେ ବୋମାମାଡ ଘଟଣା: ୫ କୋର୍ଟଚାଲାଣ

କଟକ: ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବାସଭବନରେ ବୋମାମାଡ ଘଟଣାରେ ଆଜି ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଜ୍ଞାନ ବସ୍ତିଆ, ଅଜିତ ବସ୍ତିଆ, ବିକାଶ ବସ୍ତିତା, ଶେଖ ହାମିମ ଏବଂ ଶେଖ ତୌସିଫ । ଏଥିସହ ଘଟଣା ସ୍ଥଳରେ ଚିହ୍ନଟ ୩ଜଣଙ୍କୁ ପୋଲିସ ଖୋଜୁଛି। ଏହି ଘଟଣାର ଯୋଜନା ଚୌଦ୍ୱାର ଜେଲରେ ହୋଇଥିବା ଓ ମାଷ୍ଟର ମାଇଣ୍ଡ ଜେଲ ଭିତରେ ଥାଇପାରେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।