Advertisment

ବିଜେପି ନେତ୍ରୀଙ୍କ ଘରେ ପଶି ୪ ଜଣଙ୍କୁ ହତ୍ୟା

ରାତି ପ୍ରାୟ ୨.୧୫ରେ ହଠାତ୍‌ କେହି କବାଟ ବାଡ଼େଇବାର ଶବ୍ଦ ପ୍ରକାଶ ଓ ସୁନନ୍ଦା ଶୁଣିଥିଲେ। ଚୋରମାନେ ଆକ୍ରମଣ କରିବାକୁ ଚାହୁଁଥିବା ଆଶଙ୍କା କରି ସେମାନେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ।

Dead

Dead

Advertisment

କର୍ଣ୍ଣାଟକାର ଗାଡାଗ ଠାରେ ଘଟିଛି ଭୟଙ୍କର ଘଟଣା। ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସ୍ଥାନୀୟ ବିଜେପି ନେତ୍ରୀଙ୍କ ଘରେ ପଶି ୪ ଜଣଙ୍କୁ ହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟ ବିଜେପି ନେତ୍ରୀଙ୍କ ୨୭ ବର୍ଷୀୟ ପୁଅ ମଧ୍ୟ ରହିଛନ୍ତି।

Advertisment

ଏତେ ବଡ଼ ଘଟଣାର ସାମ୍ନା କରିଥିବା ବିଜେପି ନେତା ଜଣଙ୍କ ହେଲେ ସୁନନ୍ଦା ବାକାଲେ। ସେ ଗାଡାଗ ବେଟଗେରି ପୌରପାଳିକାର ଉପ ସଭାପତି। ଦୁର୍ବୃତ୍ତମାନେ ତାଙ୍କ ୨୭ ବର୍ଷୀୟ ପୁଅ କାର୍ତ୍ତିକ, ୫୮ ବର୍ଷୀୟ ସମ୍ପର୍କୀୟ ପର୍ଶୁରାମ ହାଦିମାନି, ପର୍ଶୁରାମଙ୍କ ପତ୍ନୀ ଲକ୍ଷ୍ମୀବାଈ ଓ ୧୭ ବର୍ଷୀୟ ଝିଅ ଆକାଂକ୍ଷାଙ୍କୁ ହତ୍ୟା କରିଛନ୍ତି। କାର୍ତ୍ତିକଙ୍କ ବାପା ତଥା ସୁନନ୍ଦାଙ୍କ ସ୍ୱାମୀ ପ୍ରକାଶ ପୌରପାଳିକାର ପୂର୍ବତନ ଉପ ସଭାପତି।

ପୁଲିସ କହିଛି ଯେ ରାତି ପ୍ରାୟ ୨.୧୫ରେ ହଠାତ୍‌ କେହି କବାଟ ବାଡ଼େଇବାର ଶବ୍ଦ ପ୍ରକାଶ ଓ ସୁନନ୍ଦା ଶୁଣିଥିଲେ। ଚୋରମାନେ ଆକ୍ରମଣ କରିବାକୁ ଚାହୁଁଥିବା ଆଶଙ୍କା କରି ସେମାନେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସିବା ପୂର୍ବରୁ ଦୁର୍ବୃତ୍ତମାନେ ପ୍ରଥମ ଫ୍ଲୋରରେ ଥିବା ଗୋଟିଏ ଘରର ଝରକା ଭାଙ୍ଗି ଭିତରକୁ ପଶି ଯାଇଥିଲେ।

Advertisment

ଉକ୍ତ ରୁମରେ ପର୍ଶୁରାମ ଶୋଇଥିଲେ। ସେମାନେ ପ୍ରଥମେ ତାଙ୍କୁ ଛୁରୀ ଭୁଷି ଦେଇଥିଲେ। ତାଙ୍କ ପତ୍ନୀ ଓ ଝିଅଙ୍କୁ ମଧ୍ୟ ସେମାନେ ବାରମ୍ବାର ଛୁରୀ ଭୁଷୀ ମାରି ଦେଇଥିଲେ। ସେମାନଙ୍କ ଚିତ୍କାର ଶୁଣି ଗ୍ରାଉଣ୍ଡ ଫ୍ଲୋରରେ ଶୋଇଥିବା କାର୍ତ୍ତିକ ଉକ୍ତ ରୁମ ଆଡ଼କୁକୁ ଦୌଡ଼ି ଥିଲେ। ହେଲେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ହତ୍ୟା କରି ଦେଇଥିଲେ।

ସେମାନେ ତଳକୁ ଆସି ପ୍ରକାଶ ଶୋଇଥିବା ରୁମକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ପୁଲିସ୍‌ ଆସି ଯାଇଥିଲା। ତେଣୁ ହତ୍ୟାକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ଲୁଟପାଟ ଉଦ୍ଦେଶ୍ୟରେ ଏପରି ଆକ୍ରମଣ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛି। ଏବେ ରାଜନୀତିକ କିମ୍ବା ବ୍ୟକ୍ତିଗତ ଶତ୍ରୁତା ଦିଗ ଉପରେ ପୁଲିସ୍‌ ଫୋକସ କରିଛି। ପର୍ଶୁରାମ ୧୭ ତାରିଖରେ କାର୍ତ୍ତିକଙ୍କ ନିର୍ବନ୍ଧରେ ଯୋଗା ଦେବାକୁ ଆସି ପ୍ରକାଶଙ୍କ ଘରେ ରହିଥିଲେ। 

Bjp Karnataka Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe