Advertisment

ପୁଣି ବର୍ବରତା; ଟ୍ୟୁସନରୁ ଫେରିବା ବାଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଂଗଠନ।

Girl Picture

Girl Picture

Advertisment

କୋଲକତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ ପୁଣି ଏକ ବର୍ବରତା। ଆସାମର ଜଣେ ୧୪ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ। ଟ୍ୟୁସନରୁ ଫେରିବା ବାଟରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

ଖବର ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ଟ୍ୟୁସନରୁ ଫେରିବା ବାଟରେ ଏହି ନାରକୀୟ କାଣ୍ଡ ଘଟିଛି। ଆଜି କିଛି ସ୍ଥାନୀୟ ଲୋକ ନାବାଳିକାଙ୍କୁ ରାସ୍ତାକଡରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଅଧିକ ତଦନ୍ତ କରୁଛି। ସେପଟେ ଘଟଣାସ୍ଥଳରେ କିଛି ଲୋକ ବ୍ୟାପକ ବିରୋଧ ପ୍ରଦର୍ଶନ କରିଛନ୍ତି। କିଛି ଛାତ୍ର ସଂଗଠନ ମଧ୍ୟ ଆଜି ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି। 

Advertisment

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି, "ଅପରାଧୀଙ୍କୁ ଆଦୌ ଛଡ଼ାଯିବ ନାହିଁ ଏବଂ ଆନ୍ଦୋଳନକାରୀଙ୍କୁ ନିଶ୍ଚୟ ନ୍ୟାୟ ଦେବୁ। ମୁଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଘଟଣାସ୍ଥଳକୁ ଯିବା ସହ ଅପରାଧୀଙ୍କ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି।"

Gangrape Assam Gangrape Assam News Assam Rape Case Assam CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe