Advertisment

ନ୍ୟାଶନାଲ ହେରାଲ୍ଡ ମାମଲା: ୭୫୨ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନ୍ୟାଶନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ ସଂସ୍ଥା ଏଜେଏଲ୍। ଏହା ଏବେ 'ୟଙ୍ଗ ଇଣ୍ଡିଆ' ଅଧୀନରେ ରହିଛି।

author-image
Hemant Lenka
Herald

Herald

ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଏହି ମାମଲାରେ ଇଡି କମ୍ପାନୀ ସହ ଜଡ଼ିତ ୭୫୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଦିଲ୍ଲୀରେ ଥିବା ନ୍ୟାଶନାଲ ହେରାଲ୍ଡ ଘର, ଲକ୍ଷ୍ନୌରେ ଥିବା ନେହରୁ ଭବନ ଓ ମୁମ୍ବାଇର ଥିବା ନ୍ୟାଶନାଲ ହେରାଲ୍ଡ ଘର ଜବତ ହୋଇଥିବା ତାଲିକାରେ ରହିଛି।

Advertisment

ନ୍ୟାଶନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ ସଂସ୍ଥା ଏଜେଏଲ୍। ଏହା ଏବେ 'ୟଙ୍ଗ ଇଣ୍ଡିଆ' ଅଧୀନରେ ରହିଛି। ଏହି ୟଙ୍ଗ ଇଣ୍ଡିଆରେ କଂଗ୍ରେସର ରାହୁଲ ଗାନ୍ଧି, ମା’ ସୋନିଆ ଗାନ୍ଧି ଓ ଓସ୍କାର ଫର୍ଣ୍ଣାଡିଜ୍‌ଙ୍କ ମେଜରିଟି ଶେୟାର ରହିଛି। ସରକାରଙ୍କ ଠାରୁ ଲିଜ୍‌ ନେଇ ଏଜେଏଲ୍‌ ଏଠି ନ୍ୟାଶନାଲ୍‌ ହେରାଲ୍ଡ ଅଫିସ ଚଳାଇଥିଲା।

ତେବେ ନ୍ୟାଶନାଲ ହେରାଲ୍ଡ ବିରୋଧରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଥିଲେ। ଏହି ମାମଲା ଆଧାରରେ ଇଡି ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୪ରୁ ଇଡି ମନିଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତର ପ୍ରାୟ ୯ ବର୍ଷ ପରେ ଏଜେଏଲ୍ ଓ ଏବେ 'ୟଙ୍ଗ ଇଣ୍ଡିଆ' ସହ ଜଡ଼ିତ ୭୫୨ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି।

Advertisment

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା ପ୍ରତିଷ୍ଠିତ ନ୍ୟାଶନାଲ ହେରାଲ୍ଡ ଖବରକାଗଜକୁ ୟଙ୍ଗ ଇଣ୍ଡିଆର ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ପରିଚାଳିତ କରୁଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ୟଙ୍ଗ ଇଣ୍ଡିଆନ ଲିଃ ଏହାକୁ ଅଧିକୃତ କରିଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ୟଙ୍ଗ ଇଣ୍ଡିଆନ ପକ୍ଷରୁ AJLର ୮୦୦ କୋଟିରୁ ଅଧିକ ଟଙ୍କା ସମ୍ପତ୍ତି ହଡ଼କ କରାଯାଇଛି। ୟଙ୍ଗ ଇଣ୍ଡିଆର ଶେଆର ହୋଲ୍ଡର ଭାବେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ରହିଥିଲେ। ତେଣୁ ସେମାନଙ୍କୁ ମଧ୍ୟ ଏହି ସମ୍ପତ୍ତି ଉପରେ ଟିକସ ଦେବାର ଆବଶ୍ୟକତା ରହିଛି।

Congress National Herald