Advertisment

ରାଧିକା ନୁହେଁ, ଅନୁରାଗରେ ଥିଲେ ସହକାରୀ ଜିଲ୍ଲାପାଳ ସୁସ୍ମିତ

ସହକାରୀ ଜିଲ୍ଲାପାଳ ସୁସ୍ମିତ ମିଞ୍ଜ ଅନ୍‌ଲାଇନ୍‌ରେ ବୁକିଂ କରିଥିଲେ। ସେ ଗତ ୧୬ ତାରିଖ ସକାଳେ ଚେକ୍‌ ଇନ୍‌ କରିଥିଲେ। ଆଉ ୧୭ ତାରିଖରେ ଚେକ୍‌ ଆଉଟ୍‌ କରିଥିଲେ।

ଅଦ୍ୟତନ ହୋଇଛି
Susmita

Susmita

Advertisment

ରାଧିକା ନୁହେଁ, ପ୍ରଥମେ ଅନୁରାଗ ହୋଟେଲରେ ଥିଲେ ରାଉରକେଲା ଏଡିଏମ୍‌ ଅଫିସ୍‌ରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସୁସ୍ମିତ ମିଞ୍ଜ। ଏକଥା ସ୍ପଷ୍ଟ କରିଛନ୍ତି ଡିଏସ୍‌ପି ବନିତା ମାଝି। ସେଥିପାଇଁ ପୁଲିସ୍‌ ଟିମ୍‌ ଅନୁରାଗ ହୋଟେଲ୍‌ରେ ପହଞ୍ଚିଛି। ଆଉ କାଗଜପତ୍ର ଯାଞ୍ଚ କରିବାରେ ଲାଗିଛି। ଏପରିକି ହୋଟେଲ୍‌ କର୍ମଚାରୀଙ୍କୁ ଜଣ ଜଣ କରି ପଚରାଉଚରା କରିଛି। ତେବେ ହୋଟେଲ୍‌ରେ ଯାଞ୍ଚ ଓ ପଚରାଉଚରାରୁ କ’ଣ ତଥ୍ୟ ମିଳିଲା, ତାହା ଜଣାପଡ଼ି ନାହିଁ।

Advertisment

ଅନୁରାଗ ହୋଟେଲ୍‌ ମ୍ୟାନେଜରଙ୍କ କହିବା ଅନୁସାରେ ସହକାରୀ ଜିଲ୍ଲାପାଳ ସୁସ୍ମିତ ମିଞ୍ଜ ଅନ୍‌ଲାଇନ୍‌ରେ ବୁକିଂ କରିଥିଲେ। ସେ ଗତ ୧୬ ତାରିଖ ସକାଳେ ଚେକ୍‌ ଇନ୍‌ କରିଥିଲେ। ଆଉ ୧୭ ତାରିଖରେ ଚେକ୍‌ ଆଉଟ୍‌ କରିଥିଲେ।

ଅନୁରାଗ ହୋଟେଲ୍‌ରୁ ଗଲା ପରେ ସହକାରୀ ଜିଲ୍ଲାପାଳ ସୁସ୍ମିତ ମିଞ୍ଜ ରାଧିକା ହୋଟେଲ୍‌ରେ ଯାଇଥିଲେ। ସେଠାରେ ସେ ୧୭ ତାରିଖରେ ଚେକ୍‌ ଇନ୍‌ କରି ୨୦୧ ନମ୍ୱର ରୁମ୍‌ରେ ରହୁଥିଲେ। ପୁଲିସ୍‌ ଏବେ ସେହି ରୁମ୍‌କୁ ସିଲ୍‌ କରିଦେଇଛି। ତେବେ କେଉଁ କାରଣରୁ ସହକାରୀ ଜିଲ୍ଲାପାଳ ସୁସ୍ମିତ ମିଞ୍ଜଙ୍କ ମୃତ୍ୟୁ ହେଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Advertisment

ମିଳିଥିବା ସୂଚନା ଅନୁସାରେ ଗତ ୧୬ ତାରିଖରେ ଫ୍ୟାମିଲି କୋର୍ଟରେ ସୁସ୍ମିତାଙ୍କର ଛାଡ଼ପତ୍ର ମାମଲାର ଶୁଣାଣି ଥିଲା। ସେହିଦିନ ଏଡିଏମ୍‌ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା। ତେଣୁ ସେ ସକାଳୁ ହୋଟେଲ୍‌ରୁ ଅଫିସ ଆସିଥିଲେ ବୋଲି ଆଲୋଚନା ହେଉଛି। ଝିଅ ଘରକୁ ନଫେରିବାରୁ ପରିବାର ଲୋକ ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ। ଖୋଜାଖୋଜି ପରେ ସେ ରେଲୱେ ଷ୍ଟେସନ ପାଖ ଏକ ହୋଟେଲରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏନେଇ ପୁଲିସ୍‌ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରେ ଉଭୟ ପୁଲିସ ଓ ପରିବାର ଲୋକ ତାଙ୍କୁ ଘରକୁ ଯିବାକୁ କହିଥିଲେ। ହେଲେ ସେ ଘରକୁ ଯିବା ପାଇଁ ରାଜି ହୋଇନଥିଲେ। ଆଉ ଏହାର ଦୁଇ ଦିନ ପରେ ଅର୍ଥାତ, ୧୯ ତାରିଖରେ ରାଉରକେଲା ସେଞ୍ଚୁରି ପାର୍କର ଏକ ପୋଖରୀରୁ ତାଙ୍କର ମୃତଦେହ ମିଳିଥିଲା।

ରିପୋର୍ଟ- ରାଉରକେଲାରୁ ପବନ ତିୱାରୀ

Rourkela Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe