Baneswar Naik
ବାରିପଦା ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ତଥା ୱାଟକୋ ସେକ୍ସନ-୧ର ସହକାରୀ ପ୍ରବନ୍ଧକ ବନେଶ୍ୱର ନାୟକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟଠାରୁ ୯୫% ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ ।
ବାରିପଦା ସହରରେ ବନେଶ୍ୱର ନାୟକଙ୍କର ଏକ ତିନି ମହଲା କୋଠା ଅଛି। ସେହିପରି ମୟୂରଭଞ୍ଜର ବଡ଼ସାହି ଥାନା ଅଞ୍ଚଳରେ ତାଙ୍କର ଏକ ଦୁଇ ମହଲା ଘର ଅଛି। ସେହିପରି ପୈତୃକ ଗାଁ ଚାଉଳିସୋଲରେ ତାଙ୍କର ଏକ ଦୁଇ ମହଲା ଘର ଅଛି।
ବନେଶ୍ୱରଙ୍କର ୩ଟି ପ୍ଲଟ ଠାବ କରାଯାଇଛି। ସେଥିରୁ ୨ଟି ବାରିପଦା ସହରରେ ଅଛି। ତାଙ୍କର ୩୩.୨୯ ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ଅଛି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି, ୨ଟି ଦୁଇ ଚକିଆ ଗାଡ଼ି ଓ ଅନ୍ୟାନ୍ୟ ଗୃହୋପକରଣର ମୂଲ୍ୟ ମିଶି ୧୬.୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1694697688.jpg)