Hadibandhu Behera
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ସେଟେଲମେଣ୍ଟ ଅଫିସରଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର (ଏଆରକେ) ହାଡ଼ିବନ୍ଧୁ ବେହେରା।
ଜଣେ ଗରିବ ଚାଷୀ ତାଙ୍କର ଏକ ବିବାଦୀୟ ପୈତୃକ ଜମିର ଖତିଆନ ସହିତ ଜଡ଼ିତ କାଗଜପତ୍ର ଓ ଅମୀନଙ୍କ ରିପୋର୍ଟ ପାଇବା ପାଇଁ ଗତ ମାସ ୪ ତାରିଖରେ ଆବେଦନ କରିଥିଲେ। ତେବେ ଏହି କାଗଜପତ୍ର ଯୋଗାଇ ଦେବା ପାଇଁ ଆସିଷ୍ଟାଣ୍ଟ ରେକର୍ଡ କିପର ହାଡ଼ିବନ୍ଧୁ ବେହେରା ତାଙ୍କୁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ନହେଲେ ସେ କିଛି କାଗଜପତ୍ର ଦେବେ ନାହିଁ ବୋଲି କହିଥିଲେ।
ଉପାୟଶୂନ୍ୟ ହୋଇ ଚାଷୀ ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ପ୍ରକାରେ ଆଜି ସେ ଆସିଷ୍ଟାଣ୍ଟ ରେକର୍ଡ କିପର ହାଡ଼ିବନ୍ଧୁ ବେହେରାଙ୍କୁ ତାଙ୍କ ଅଫିସରେ ଭେଟି ୩୦୦୦ ଟଙ୍କା ଲାଞ୍ଚ ଦେଇଥିଲେ। ଶ୍ରୀ ବେହେରା ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ତାଙ୍କୁ ଧରିଥିଲେ।
ଏହା ପରେ ଆସିଷ୍ଟାଣ୍ଟ ରେକର୍ଡ କିପର ହାଡ଼ିବନ୍ଧୁ ବେହେରାଙ୍କ ଦୁଇଟି ଠିକଣା ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
ବାଲେଶ୍ୱର ଭିଜିଲାନ୍ସ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1754486680.jpg)