Advertisment

ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ

ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କ ୩ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Bribe

Bribe

Advertisment

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ମହିଳା ସହକାରୀ ଯନ୍ତ୍ରୀ। ତାଙ୍କ ନାଁ ଭାନୁମତୀ ଟୁଡୁ। ସେ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ନିଯୁକ୍ତ ହୋଇଛନ୍ତି।

Advertisment

ସରକାରୀ ଯୋଜନାରେ ଗାଈ ଗୁହାଳ ନିର୍ମାଣ କରିଥିବା ଜଣେ ହିତାଧିକାରୀଙ୍କ ବିଲ୍ ରିଲିଜ୍ କରିବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଭାନୁମତୀ ଟୁଡୁ। ଏନେଇ ସଂପୃକ୍ତ ହିତାଧିକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଯୋଜନା ପ୍ରକାରେ ଆଜି ସେହି ହିତାଧିକାରୀ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କୁ ଲାଞ୍ଚ ଅର୍ଥ ଦେଇଥିଲେ। ଶ୍ରୀମତୀ ଟୁଡୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ (୫୦୦୦ ଟଙ୍କା) ଜବତ କରିଛି ଭିଜିଲାନ୍ସ।

Advertisment

ଲାଞ୍ଚ ନେଇ ଧରାପଡ଼ିବା ପରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କ ୩ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଏହା ସହିତ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଜାରି ରହିଛି।

Vigilance Raid Bribe Odisha Vigilance Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe