ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସାଧାରଣ ଜନସ୍ୱାସ୍ଥ୍ୟ ସେକ୍ସନର ସହକାରୀ ଯନ୍ତ୍ରୀ କିଶୋରଚନ୍ଦ୍ର ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। କିଶୋରଚନ୍ଦ୍ର ସାହୁ ତାଙ୍କ ଆୟଠାରୁ ୩୧୩% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
Also Read
ଶ୍ରୀ ସାହୁଙ୍କର ଭବାନୀପାଟଣା ସହରରେ ୧.୧୦ କୋଟି ଟଙ୍କାର ଗୋଟିଏ ତିନି ମହଲା କୋଠା ରହିଛି। ଭବାନୀପାଟଣା ସହରରେ ପ୍ରମୁଖ ସ୍ଥାନରେ ତାଙ୍କର ଦୁଇଟି ପ୍ଲଟ୍ ରହିଛି। ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ବାବଦକୁ ତାଙ୍କର ୧ କୋଟି ୫୪ ଲକ୍ଷ ଟଙ୍କା ଠାବ କରାଯାଇଛି। ତାଙ୍କ ଠାରୁ ନଗଦ ୨.୬୫ ଲକ୍ଷ ଟଙ୍କା ସହିତ ୪୪୧ ଗ୍ରାମର ସୁନା ଓ ୭୦୦ ଗ୍ରାମର ରୁପା ଅଳଙ୍କାର ଜବତ କରାଯାଇଛି। ତାଙ୍କର ୨ଟି ଦୁଇ ଚକିଆ ଗାଡ଼ି ଓ ଅନ୍ୟାନ୍ୟ ଗୃହଉପକରଣ ଠାବ କରାଯାଇଛି, ଯେଉଁଗୁଡ଼ିକର ମୂଲ୍ୟ ୫.୪୭ ଲକ୍ଷ ଟଙ୍କାରୁ ଅଧିକ।
ସହକାରୀ ଯନ୍ତ୍ରୀ କିଶୋରଚନ୍ଦ୍ର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଗୋଟିଏ ଦିନରେ ରାଜ୍ୟର ଦୁଇଟି ବ୍ୟାଙ୍କରେ ସଶସ୍ତ୍ର ଡକାୟତି
ଗୋଟିଏ ସ୍ଥାନରେ ଭୋରରେ ଓ ଅନ୍ୟଟିରେ ସକାଳ ୧୦ଟା ବେଳେ ଡକାୟତି ହୋଇଛି। ଡକାୟତି ବେଳେ ଉଭୟ ବ୍ୟାଙ୍କରେ କର୍ମଚାରୀ ଉପସ୍ଥିତ ଥିଲେ।

Crime
ବାହାଘରର ୩ ସପ୍ତାହ ପରେ ସ୍ୱାମୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କଲା ସ୍ତ୍ରୀ
ମଧ୍ୟରାତ୍ରରେ ମାତ୍ର ୩ ସପ୍ତାହ ତଳେ ବାହା ହୋଇଥିବା ପତ୍ନୀ କୁରାଢ଼ୀରେ ଅତ୍ୟନ୍ତ ନିର୍ମମ ଭାବେ ସ୍ୱାମୀଙ୍କୁ ହାଣି ହତ୍ୟା କରିଛି।

Crime
ଆଉ ଜଣେ ବେୱାଫା ପତ୍ନୀ: ପ୍ରେମିକ ସହ ମିଶି ସ୍ୱାମୀକୁ ମାରିଲା, ମୃତଦେହ ନଦୀରେ ଫିଙ୍ଗିଲା
ପ୍ରେମ ବିବାହର ୧୮ ବର୍ଷ ପରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି। ଏହାପରେ ମୃତଦେହକୁ ସେମାନେ ନଦୀରେ ଫିଙ୍ଗି ଦେଇଛନ୍ତି।

Crime
ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଗଡ଼ିଲା ମୁଣ୍ଡ, ବରିଷ୍ଠ ସେବାୟତଙ୍କୁ ହତ୍ୟା
ମୃତ ସେବାୟତଙ୍କୁ ୮୩ ବର୍ଷ ହୋଇଥିଲା।

Crime
ବେୱାଫା ସୋନମ ଓ ଧୋକାବାଜ ଶୁଭ
୨୦୦୩ ମସିହା ବେଙ୍ଗାଲୁରୁ ରିଙ୍ଗ ରୋଡ ମର୍ଡର ସ୍ମୃତିକୁ ତାଜା କରିଛି। ଧୋକାବାଜ ଶୁଭର ଭୟଙ୍କର ଷଡ଼ଯନ୍ତ୍ର କାହାଣୀ ପୁଣି ଦେଶ ମନେପକାଇଛି।