Advertisment

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ପୁଅଝିଅଙ୍କ ପଢ଼ା ଖର୍ଚ୍ଚ ୧ କୋଟି, କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି ୧.୨୩ ଲକ୍ଷ

ଭୁବନେଶ୍ୱରର ସୌଭାଗ୍ୟ ନଗରରେ ତାଙ୍କର ଏକ ଦୁଇ ମହଲା କୋଠା ରହିଛି। କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନ ଗୁଡ଼ିକରେ ତାଙ୍କର ୭ଟି ପ୍ଲଟ୍ ଅଛି।

Asst Engineer

Asst Engineer

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କର ଅନେକ ସଂପତ୍ତି ଠାବ କରାଯାଇଛି।

Advertisment

ଭୁବନେଶ୍ୱରର ସୌଭାଗ୍ୟ ନଗରରେ ତାଙ୍କର ଏକ ଦୁଇ ମହଲା କୋଠା ରହିଛି। କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନ ଗୁଡ଼ିକରେ ତାଙ୍କର ୭ଟି ପ୍ଲଟ୍ ଅଛି। ଏହି କୋଠା ଓ ପ୍ଲଟ ଗୁଡ଼ିକର ମୂଲ୍ୟ କେତେ ହେବ, ତାହା ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଶାଖା କାର୍ଯ୍ୟ ଜାରି ରଖିଛି।

ସହକାରୀ ଯନ୍ତ୍ରୀ ଶ୍ରୀ ଭୂୟାଁ ତାଙ୍କର ଜଣେ ପୁଅ ଓ ଜଣେ ଝିଅଙ୍କୁ ଯଥାକ୍ରମେ ଇଞ୍ଚିନିୟରିଂ ଓ ଡାକ୍ତରୀ ପଢ଼ାଇବା ପାଇଁ ପାଖାପାଖି ୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

Advertisment

ବ୍ୟାଙ୍କରେ ସେ ୧୨ ଲକ୍ଷ ୬୨ ହଜାର ଟଙ୍କା ରଖିଥିବା ବେଳେ କ୍ରିପ୍ଟୋ କରେନ୍ସିରେ ୧ ଲକ୍ଷ ୨୩ ହଜାର ଟଙ୍କା ନିବେଶ କରିଛନ୍ତି। ସେହିପରି ଚଢ଼ାଉ ବେଳେ ତାଙ୍କ ଘରୁ ୩୮ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଠାବ କରାଯାଇଛି। ତାଙ୍କର ଗୋଟିଏ ୪ ଚକିଆ ଗାଡ଼ି (ଡଷ୍ଟର) ଓ ୩ଟି ଦୁଇ ଚକିଆ ଗାଡ଼ି ରହିଛି। ଏସବୁର ମୂଲ୍ୟ ୧୩ ଲକ୍ଷ ୪୦ ହଜାର ଟଙ୍କା। ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି।

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe