Advertisment

ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ଗିରଫ; ଠୁଳ କରିଛନ୍ତି ଆୟଠାରୁ ୩୩୩% ଅଧିକ ସମ୍ପତ୍ତି

ସଞ୍ଜୟ ବେହେରା ତାଙ୍କର ଦୁଇ ଛୁଆଙ୍କ ଡାକ୍ତରୀ ପଢ଼ା ପାଇଁ ୮୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।

author-image
Jitendra Garnayak
Sanjay Behera

Sanjay Behera

ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ସଞ୍ଜୟ ବେହେରା ତାଙ୍କ ଆୟଠାରୁ ୩୩୩% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ସଞ୍ଜୟ ବେହେରାଙ୍କର ସୁନ୍ଦରଗଡ଼ ଓ ଭଦ୍ରକର ୭ଟି ଠିକଣାରେ ଚଢ଼ାଉ କରାଯାଇଥିଲା।

ସଞ୍ଜୟ ବେହେରା ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭଦ୍ରକ ସହରର ଜଗନ୍ନାଥପୁରରେ ଏକ ଦୁଇ ମହଲା କୋଠା ରହିଛି। ସେହିପରି ଭଦ୍ରକ ଜିଲ୍ଲା ବନ୍ତରେ ତାଙ୍କର ଗୋଟିଏ ଘର ରହିଛି ଯାହା ଏକ ମହଲା ବିଶିଷ୍ଟ।

Advertisment

ତାଙ୍କର ଭଦ୍ରକ ଓ ଯାଜପୁରରେ ୨ଟି ପ୍ଲଟ ଅଛି। ଭଦ୍ରକ ସହରର ଜଗନ୍ନାଥପୁରରେ ଗୋଟିଏ ପ୍ଳଟ ଥିବା ବେଳେ ଯାଜପୁରର ଚନ୍ଦମା ମୌଜାରେ ଆଉ ଗୋଟିଏ ପ୍ଳଟ ଅଛି।

ବ୍ୟାଙ୍କ, ଡାକଘର ଓ ବୀମା ଜମା ବାବଦକୁ ପାଖାପାଖି ୧ କୋଟି ୬୭ ଲକ୍ଷ ଟଙ୍କା ରଖିଛନ୍ତି ସଞ୍ଜୟ। ତାଙ୍କ ଘରୁ ୨୦୦ ଗ୍ରାମର ସୁନାଗହଣା ଜବତ କରାଯାଇଛି। ତାଙ୍କର ୨ଟି ଦୁଇ ଚକିଆ ଗାଡ଼ି ଥିବା ବେଳେ ୧୦ ଲକ୍ଷ ୫୦ ହଜାର ଟଙ୍କାର ଆସବାପତ୍ର ରହିଛି।

ଏହା ବ୍ୟତୀତ ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ତାଙ୍କର ଦୁଇ ଛୁଆଙ୍କ ଡାକ୍ତରୀ ପଢ଼ା ପାଇଁ ୮୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଯାଞ୍ଚ ବେଳେ ସେମାନେ ଏହି ତଥ୍ୟ ପାଇଥିଲେ।

Vigilance Raid Odisha Vigilance Vigilance Net Vigilance