Advertisment

୬୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସହକାରୀ ଆରଆଇ, ପ୍ରଥମ କିସ୍ତିରେ ୨୦ ହଜାର ନେଲା ବେଳେ ଧରାପଡ଼ିଲେ

ଏହି ସହକାରୀ ଆରଆଇ ଜଣଙ୍କ ଆରଆଇ ଦାୟିତ୍ୱରେ ଥିବା ବେଳେ ଜଣେ ବ୍ୟକ୍ତିଙ୍କ କାମ କରି ଦେବାକୁ ୬୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

author-image
Jitendra Garnayak
ARI Vivekananda Tripathy

ARI Vivekananda Tripathy

ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅଧୀନ ସିନ୍ଦୁରପୁର ରେଭିନ୍ୟୁ ସର୍କଲରେ ଆରଆଇ ବା ରାଜସ୍ୱ ନିରୀକ୍ଷକ ଦାୟିତ୍ୱରେ ଥିବା ସହକାରୀ ରାଜସ୍ୱ ନିରୀକ୍ଷକ (ଆସିଷ୍ଟାଣ୍ଟ ଆରଆଇ) ବିବେକାନନ୍ଦ ତ୍ରିପାଠୀ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ଜଣେ ବ୍ୟକ୍ତିଙ୍କ ଜମିର କିସମ ପରିବର୍ତ୍ତନ କରିଦେବା ପାଇଁ ସହକାରୀ ରାଜସ୍ୱ ନିରୀକ୍ଷକ ବିବେକାନନ୍ଦ ତ୍ରିପାଠୀ ୬୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ପ୍ରକାରେ ଆଜି ସହକାରୀ ରାଜସ୍ୱ ନିରୀକ୍ଷକ ବିବେକାନନ୍ଦ ତ୍ରିପାଠୀ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ଲାଞ୍ଚ ବାବଦକୁ ଦିଆଯାଇଥିବା ସମସ୍ତ ୨୦ ହଜାର ଟଙ୍କା ମିଳିଥିଲା।

ସହକାରୀ ରାଜସ୍ୱ ନିରୀକ୍ଷକ ବିବେକାନନ୍ଦ ତ୍ରିପାଠୀ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

Advertisment
Vigilance Raid Bribe Odisha Vigilance Vigilance Net