Advertisment

୭୭.୯୪ ଲକ୍ଷ ଟଙ୍କାର ଘୋଟାଲା: ଫେରାର ସନ୍ତୋଷ ରାଉଳଙ୍କୁ ଧରିଲା ଭିଜିଲାନ୍ସ

ସନ୍ତୋଷ ଗତ ମାର୍ଚ୍ଚ ମାସରୁ ଫେରାର ହୋଇଯାଇଥିଲେ।

Santosh Raul

Santosh Raul

Advertisment

୭୭.୯୪ ଲକ୍ଷ ଟଙ୍କାର ଅନିୟମିତତାରେ ସମ୍ପୃକ୍ତି ଅଭିଯୋଗରେ ଢେଙ୍କାନାଳ ପୌରପାଳିକାର ଆସିଷ୍ଟାଣ୍ଟ ଟାକ୍ସ କଲେକ୍ଟର ସନ୍ତୋଷ କୁମାର ରାଉଳଙ୍କୁ ଗିରଫ କରିଛି ଭିଜିଲାନ୍ସ।

Advertisment

ସନ୍ତୋଷ ଗତ ମାର୍ଚ୍ଚ ମାସରୁ ଫେରାର ହୋଇଯାଇଥିଲେ। ଗତ ୧ ତାରିଖରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା। ୨ ତାରିଖରେ ଅର୍ଥାତ୍ ଗତକାଲି ସେଠାକାର ଏକ କୋର୍ଟରେ ତାଙ୍କୁ ହାଜର କରାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ କଟକ ଆଣିଛି ଭିଜିଲାନ୍ସ ଟିମ୍। ତାଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ।

ଢେଙ୍କାନାଳ ପୌରପାଳିକରେ ୭୭ ଲକ୍ଷ ୯୪ ହଜାର ୭୦୯ ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ବେଳେ ଏଥିରେ ସନ୍ତୋଷ କୁମାର ରାଉଳ ସଂପୃକ୍ତି ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ।

Advertisment

ଭିଜିଲାନ୍ସର କହିବା ଅନୁଯାୟୀ, ଗତ ୬ ମାସରେ ସେ ବାରମ୍ବାର ମୋବାଇଲ୍ ସିମ୍ ବଦଳାଇବା ସହିତ ସ୍ଥାନ ପରିବର୍ତ୍ତନ କରୁଥିଲେ। ତେବେ ଭିଜିଲାନ୍ସ ଟିମ୍ ମଧ୍ୟ ତାଙ୍କୁ ଧରିବା ପାଇଁ ଜୋରସୋର ପ୍ରୟାସ ଜାରି ରଖିଥିଲା। ଶେଷରେ ତାଙ୍କୁ ଗତ ୧ ତାରିଖରେ ହାଇଦ୍ରାବାଦରୁ ଗିରଫ କରିବାରେ ସଫଳ ହୋଇଥିଲା ଟିମ୍।

Odisha Vigilance Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe